ମନ୍ଦିରରେ ମଡେଲଙ୍କ ନଖରାମି ଡାନ୍ସ ଭାଇରାଲ

ଉଜ୍ଜୟନୀ : ଲୋକେ ମନ୍ଦିରକୁ କଣ ପାଇଁ ଯାଇଥାନ୍ତି । ଏଇ, ଓଷା ବ୍ରତ ପାଳିବାକୁ ଅବା ମାନସିକ ପୂରଣ ହେବା ପରେ ପୂଜାର୍ଚ୍ଚନା କରିବାକୁ । ନହେଲେ ଶୁଭ କାମ ଆରମ୍ଭ କରିବା ପୂର୍ବରୁ ଟିକେ ପ୍ରଭୁଙ୍କ ଦର୍ଶନ କରିଦେବାକୁ । ହେଲେ ଜଣେ ମଡେଲ ଦର୍ଶନ ବାହାନାରେ ଯାଇ ମନ୍ଦିରରେ କଣ କରୁଛନ୍ତି ଚାଲନ୍ତୁ ଦେଖିବା । ସେ ପୁଣି ମହାକାଳେଶ୍ବର ମନ୍ଦିରରେ। ମାନେ ଶନି ମହାପ୍ରଭୁଙ୍କ ନିକଟରେ । ଦେଖନ୍ତୁ ମନ୍ଦିର ଭିତରେ କଣ କାରନାମା କରିଛନ୍ତି ଏହି ମଡେଲ ଜଣକ

ବେଶ୍ ସଜାବାଜ ହୋଇ ମନ୍ଦିରରେ ପହଞ୍ଚିଛନ୍ତି ମଡେଲ ଜଣକ । ବୋଧହୁଏ ମାଡାମ ପ୍ରଥମ କରି ଶାଢୀ ପିନ୍ଧିଛନ୍ତି । ସେଥିପାଇଁ ତ ଦେଖୁ ନାହାନ୍ତି କେତେ ସଜାଡି ହେଉଛନ୍ତି….ଦର୍ଶନ କରିବାକୁ ତ ଯିବେ ହେଲେ ଟିକେ ମାଡାମଙ୍କ ନଖରା ତ ଦେଖନ୍ତୁ….ଖୁବ୍ ଷ୍ଟାଇଲ ମାରିବା ସହ ମନ୍ଦିର ଭିତରେ ରଙ୍ଗ ଢଙ୍ଗ ଦେଖାଉଛନ୍ତି । ….ମ୍ୟାଡାମ ଏଠାକୁ ଦର୍ଶନ କରିବାକୁ କମ୍ ନିଜକୁ ବେଶୀ ହାଇଲାଇଟ କରିବାରେ ବ୍ୟସ୍ତ । କେତେବେଳେ ଶାଢି ତ କେତେବେଳେ ନିଜ ଷ୍ଟାଇଲର ପ୍ରଦର୍ଶନ କରୁଛନ୍ତି ।

ମନ୍ଦିରରେ ପ୍ରବେଶ କରିବାଠୁ ଆରମ୍ଭ କରି ଠାକରୁରଙ୍କ ନିକଟରେ ପହଞ୍ଚିବା ପରେ ବି ନଖରା ସରୁନି । ଦେଖନ୍ତୁ କିଭଳି ମନ୍ଦିର ଭିତରକୁ ଚାଲି ଚାଲି ଯିବା ବେଳେ ବି ନିଜକୁ ସୋ କରୁଛନ୍ତି । …ଏଠି ଦେଖନ୍ତୁ କିଭଳି ପ୍ରଭୁଙ୍କ ବାହନ ପାଖରେ ଛିଡା ହୋଇ ରଙ୍ଗ ଦେଖାଉଛନ୍ତି । …ଯଦି କେହି ଆଗକୁ ପଳାଇ ଆସୁଛି, ରାଗରେ ଜରଜର ବି ହେଉଛନ୍ତି । … ତେବେ କଥା ହେଉଛି ଏହା କୌଣସି ଫିଲ୍ମର ସିନ୍ ନୁହେଁ, କି ଏଠି କୌଣସି ସୁଟିଂ ଚାଲିନି । ଏହି ମ୍ୟାଡାମ ଜଣକ ହେଉଛନ୍ତି ଜଣେ ମଡେଲ । ଆଉ ସେ ପହଞ୍ଚିଛନ୍ତି ମଧ୍ୟପ୍ରଦେଶ ଉଜ୍ଜୈନ ସ୍ଥିତ ମହାକାଳେଶ୍ବର ମନ୍ଦିରରେ । … ଆଉ ବେଶ୍ ରଙ୍ଗୀନ ମିଜାଜରେ ଏହି ଭିଡିଓ ସୁଟ କରି ନିଜ ଫେସ୍‌ବୁକ୍ ଆକାଉଣ୍ଟେର ପୋଷ୍ଟ ମଧ୍ୟ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ଏବେ ଯୁବତୀଙ୍କ ଏହି କାରନାମାକୁ ନେଇ ପ୍ରଶ୍ନ ଉଠାଇଛି ମନ୍ଦିର ପ୍ରଶାସନ ।