ଘୋଷଣା ପରେ ଆଜିଠୁ ଆଚରଣ ବିଧି,ଏଥର ଭୋଟଦେବେ ୮୯କୋଟି ୮୮ଲକ୍ଷ ମତଦାତା


୪ଲକ୍ଷ ୩୬ହଜାର କେନ୍ଦ୍ରରେ ୧୦ଲକ୍ଷ ୩୫ହଜାର ପୁଲିଂ ବୁଥ୍ ରେ ହେବ ଭୋଟ

ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନ ଲାଗି ଆଜି ନିର୍ବାଚନ କମିଶନ ଘୋଷଣା କରିବେ ! ଏହା ପରେ  ଆଜିଠୁ ଆଚରଣ ବିଧି ଲାଗୁ କରାଯିବ । ନିର୍ବାଚନ ଲାଗି କଟକଣା ଲାଗିବ ।କୈଣସି ସରକାରୀ କାର୍ଯ୍ୟକ୍ରମ କି ଘୋଷଣା ହୋଇ ପାରିବ ନାହିଁ ।  ନିର୍ବାଚନ ନୀତି ନିୟମ ଭିତରେ ରାଜନୈତିକ ଦଳ ମାନେ ସେମାନଙ୍କର ପ୍ରଚାର କରିପାରିବେ ।

ଏଥର  ନିର୍ବାଚନରେ ପ୍ରାୟ ୮୯କୋଟି ୮୮ଲକ୍ଷ ଭୋଟର ମତ ସାବ୍ୟସ୍ତ କରିବେ । ଏଥର ୧କୋଟି ୫୯ଲକ୍ଷ ନୂଆ ଯୁବ ଭୋଟର ଭୋଟ ଦେବା ଲାଗି ପଂଜୀକୃତ ହୋଇଛନ୍ତି । ଏହି ସଂଖ୍ୟା ଆହୁରି ବଢିପାରେ, କାରଣ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ପର୍ଯ୍ୟନ୍ତ ଭୋଟ ତାଲିକାରେ ସାମିଲ ହେବା ଲାଗି ପଂଜୀକରଣ ଚାଲିବ । ଦେଶର ୪ଲକ୍ଷ ୩୬ହଜାର କେନ୍ଦ୍ରରେ ୧୦ଲକ୍ଷ ୩୫ହଜାର ପୁଲିଂ ବୁଥ୍ ରେ ଭୋଟ ଗ୍ରହଣ କରାଯିବ । ଏଥର ନିର୍ବାଚନକୁ ସ୍ବଚ୍ଛ କରିବା ଲାଗି ସାରା ଦେଶରେ ଭୋଟିଂ କେନ୍ଦ୍ରରେ ଇଭିଏମ୍ ସହ ଭିଭିପାଟ୍ ର ବ୍ୟବହାର କରାଯିବ । ଏଥିପାଇଁ ନିର୍ବାଚନ କମିଶନ ସମସ୍ତ ପ୍ରସ୍ତୁତି କରିଛନ୍ତି ।

୮୯କୋଟି ୮୮ଲକ୍ଷ ଭୋଟର ମତ ସାବ୍ୟସ୍ତ କରିବେ

୪ଲକ୍ଷ ୩୬ହଜାର କେନ୍ଦ୍ରରେ ୧୦ଲକ୍ଷ ୩୫ହଜାର ପୁଲିଂ ବୁଥ୍ ରେ ହେବ ଭୋଟ

୧କୋଟି ୫୯ଲକ୍ଷ ନୂଆ ଯୁବ ଭୋଟର