ମୋ ସ୍କୁଲ୍ ଅଭିଯାନ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ସଫଳ ନିଦର୍ଶନ

ମୋ ସ୍କୁଲ୍ ଅଭିଯାନର ୯ମ ପରିଳନା ପରିଷଦ ବୈଠକ

ଭୁବନେଶ୍ୱର : ମୋ ସ୍କୁଲ୍ ଅଭିଯାନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଏକ ସଫଳ ନିଦର୍ଶନ । ମୋ ସ୍କୁଲ୍ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଏବଂ ଏହି ଅଭିଯାନ ମାଧ୍ୟମରେ ଓଡ଼ିଶା ଅନ୍ୟ ରାଜ୍ୟ ଗୁଡ଼ିକ ପାଇଁ ଉଦାହରଣ ସୃଷ୍ଟି କରିଛି । ମୋ ସ୍କୁଲ୍ ସହ ଲୋକଙ୍କର ଯେଉଁ ବିଶ୍ୱାସ ଓ ଭରସା ଯୋଡ଼ି ହୋଇ ରହିଛି ତାହାକୁ ଧରି ରଖିବା ଆମ ଦାୟିତ୍ୱ । ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ବ୍ୟାପକ କରିବା ଏବଂ ଓଡ଼ିଶାର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପହଞ୍ଚିବା ପାଇଁ ଆମର ପ୍ରୟାସ ଜାରି ରହିଛି ଓ ରହିବ । ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ କିଭଳି ମୋ ସ୍କୁଲ୍ ମାଧ୍ୟମରେ ସେମାନେ ପଢିଥିବା ବିଦ୍ୟାଳୟ ସହ ଯୋଡ଼ାଯାଇ ପାରିବ ତାହା ଆମର ପ୍ରାଥମିକତା ରହିବ ବୋଲି ମୋ ସ୍କୁଲ୍ ଅଧ୍ୟକ୍ଷା ଶ୍ରୀମତୀ ବାଗ୍‌ଚୀ କହିଛନ୍ତି । ଶୁକ୍ରବାର ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ମୋ ସ୍କୁଲ୍ ଅଭିଯାନର ୯ମ ପରିଳନା ପରିଷଦ ବୈଠକରେ ଯୋଗଦେଇ ଶ୍ରୀମତୀ ବାଗ୍ଚୀ କହିଥିଲେ, ମୋ ସ୍କୁଲ୍ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ବ୍ୟାପକତାକୁ ଦୃଷ୍ଟିରେ ରଖି ସ୍କୁଲ ସ୍ତରରେ ମନିଟରିଂକୁ ପ୍ରାଥମିକତା ଦିଆଯାଉଛି । ସ୍କୁଲ ଗୁଡ଼ିକରେ ଚାଲିଥିବା ପ୍ରକଳ୍ପ ଗୁଡ଼ିକ କିଭଳି ଠିକ୍ ସମୟରେ ଶେଷ ହେବ ଏବଂ ଛାତ୍ରଛାତ୍ରୀ ମାନେ ଯେପରି ଏହାର ସୁଫଳ ପାଇ ପାରିବେ ସେଥିଲାଗି ମୋ ସ୍କୁଲ୍ କାର୍ଯ୍ୟାଳୟ ପକ୍ଷରୁ ଏକାଧିକ ପଦକ୍ଷେପ ହାତକୁ ନିଆଯାଇଛି । ସେହିଭଳି କାର୍ଯ୍ୟରେ ନିରପେକ୍ଷତା ଓ ସ୍ୱଚ୍ଛତା ବଜାୟକୁ ପ୍ରାଥମିକତା ଦିଆଯାଉଥିବା ସେ କହିଥିଲେ । ବୈଠକରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଥିଲେ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ କ୍ଷେତ୍ରରେ ଦକ୍ଷ କରାଯାଉଛି । ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ସଂସ୍ଥା ସହ ମିଳିତ ଭାବରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।ପାଠପଢା ସହ ପିଲା ମାନଙ୍କୁ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଏବଂ ଅନ୍ୟ କ୍ଷେତ୍ରରେ ଦକ୍ଷ କରିବା ପାଇଁ ମୋ ସ୍କୁଲ୍ ପଦକ୍ଷେପ ନେଇଛି । ତେବେ ପ୍ରକଳ୍ପ କାର୍ଯ୍ୟର ତଦାରଖ ସହ ଜନଜାତି ଅଞ୍ଚଳରେ ଥିବା ସ୍କୁଲ୍ ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ସେଠୀ ନିର୍ଦ୍ଦେଶ ଦେଇଥିଲେ । ୫-ଟି ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମରେ ସ୍ୱଚ୍ଛତା ବଜାୟ ପାଇଁ ଗୋଷ୍ଠୀ ସହଭାଗିତା ଓ ସମ୍ପୃକ୍ତିକୁ ଗୁରୁତ୍ୱ ଦିଆଯାଉଛି । ୩,୪୧୫ଟି ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ, ପୁରାତନ ଛାତ୍ରଛାତ୍ରୀ ଏବଂ ସ୍କୁଲ୍ ପରିଚାଳନା କମିଟି ସଦସ୍ୟ ମାନଙ୍କୁ ନେଇ ବୈଠକର ଆୟୋଜନ କରାଯାଇଛି ଏବଂ ରୂପାନ୍ତରୀକରଣ ପ୍ରକ୍ରିୟାରେ ସେମାନଙ୍କ ସହଯୋଗ ଲୋଡ଼ା ଯାଇଛି । ଏହାସହ ରୂପାନ୍ତରିତ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକଙ୍କ ଦକ୍ଷତା ବିକାଶ, ଶିକ୍ଷାକ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଅଭିବୃଦ୍ଧି, ଶିକ୍ଷା ଉପକରଣ ଆଦି ପ୍ରସ୍ତୁତ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା । ସେହିଭଳି ମୋ ସ୍କୁଲ୍ ଅଭିଯାନରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପ୍ରତି ଜିଲ୍ଲାର ୩ ଜଣ ଲେଖାଁଏ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଚୟନ କରି ପୁରସ୍କୃତ କରାଯିବାକୁ ସ୍ଥିର ହୋଇଥିଲା । ରାଜ୍ୟରେ ଥିବା ଉଚ୍ଚ ବିଦ୍ୟାଳୟ ଗୁଡ଼ିକ ସହ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ି ସେବା ପ୍ରଦାନ ମାଧ୍ୟମରେ ସେମାନଙ୍କୁ ସ୍କୁଲ୍‌?ରେ ବିକାଶ ପ୍ରକ୍ରିୟାରେ ଭାଗୀଦାର ହେବାକୁ ଉତ୍ସାହିତ କରାଯିବ । ଏଥିପାଇଁ ପ୍ରତ୍ୟେକ ସ୍କୁଲ୍ ପୁରାତନ ଛାତ୍ରଛାତ୍ରୀ, ସେମାନଙ୍କର ଠିକଣା ଏବଂ ସେମାନେ ବର୍ତ୍ତମାନ କଣ କରୁଛନ୍ତି ତାହାର ଏକ ଡାଟାବେସ୍ ପ୍ରସ୍ତୁତ କରିବ । ସ୍କୁଲ୍‌? ସ୍ତରରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ ଏବଂ ଏହି କମିଟି ସ୍କୁଲ୍‌?ରେ କ୍ରୀଡ଼ା, ବିଜ୍ଞାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବେ । ଏହାସହ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଟକ୍ ସେସନ୍‌, ମେଣ୍ଟରିଂ ଓ କ୍ୟାରିୟର୍ କାଉନ୍େସଲିଂ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।
ପ୍ରତି ସ୍କୁଲ୍‌?ରେ ପୁରାତନ ଛାତ୍ରଛାତ୍ରୀ ସଂଘ ପକ୍ଷରୁ ସ୍କୁଲ୍ ଏବଂ ନିକଟସ୍ଥ ଅଞ୍ଚଳରେ ବୃକ୍ଷରୋପଣ, କିଚେନ୍ ଗାର୍ଡେନ୍ ଏବଂ ଅନ୍ୟାନ୍ୟ ଗୋଷ୍ଠୀ ସହଭାଗିତାଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । କୋଭିଡ୍‌-୧୯ ମହାମାରୀ ସମୟରେ ସ୍କୁଲ୍ ବନ୍ଦ ଥିବାରୁ ପଲାମାନଙ୍କ ପାଠପଢ଼ାରେ ଯେଉଁ ବ୍ୟାଘାତ ସୃଷ୍ଟି ହୋଇଛି ତାହାର ଭରଣା ପାଇଁ ୟୁନିସେଫ୍ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସହଭାଗିତାରେ ଆସନ୍ତା ୨ ବର୍ଷ ପାଇଁ ମୋ ସ୍କୁଲ୍ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ପ୍ରଥମେ ପ୍ରାଥମିକ ବିଦ୍ୟାଳୟକୁ ଏବଂ ପରବର୍ତ୍ତୀ ସମୟରେ ମାଧ୍ୟମିକ ବିଦ୍ୟାଳୟକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ସ୍ଥିର ହୋଇଛି । ବୈଠକରେ ମୋ ସ୍କୁଲ୍ ସଦସ୍ୟ ସଚିବ ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୀକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ପ୍ରଦାନ କରିଥିଲେ । ମୋ ସ୍କୁଲ୍ ଅଭିଯାନ ମୁଖ୍ୟ ପରିଳନା ଅଧିକାରୀ ଅମରଜିତ ଜେନା କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ନିର୍ଦ୍ଦେଶିକା ପୁନମ ଗୁହା ତାପସ କୁମାର, ମୋ ସ୍କୁଲ୍ ଅଭିଯାନ ଭାରପ୍ରାପ୍ତ ଅଧିକାରୀ ପ୍ରବୀର କୁମାର ଖିଲାରଙ୍କ ସମେତ ଢେଙ୍କାନାଳ ଜିଲ୍ଲାପାଳ ଓ ଖୋର୍ଦ୍ଧା ପିଡିଡିଆର୍ଡିଏ ଉପସ୍ଥିତ ଥିଲେ ।