ଭୁବନେଶ୍ୱର: ୫ ଡିସେମ୍ବର ସ୍ଥାନୀୟ ସାମ୍ବାଦିକ ଶ୍ରୀ ତପନ ଭଂଜ ମୋ ପରିବାରର ସହ-ଆବାହାକ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ସୂଚନା ଦେଇଥିଲେ ଯେ, ଯାଜପୁର ଜିଲ୍ଲାର ପ୍ରାୟ ୭ଜଣ ଯୁବକ ଦୁବାଇରେ ଫସି ରହିଛନ୍ତି । ସେମାନେ ଜଣେ ଏଜେଂଟଙ୍କ ଦୁବାଇରେ ଚାକିରି କରାଇଦେବାର ମିଛ ପ୍ରଲୋଭନାରେ ଆସି ତାଙ୍କ ସହିତ ଦୁବାଇ ଯାଇ ସେଠାରେ ଫସି ରହିଛନ୍ତି ।
ଏହି ସମ୍ବାଦ ପାଇବାପରେ ମୋ ପରିବାରର ସଦସ୍ୟମାନେ ତୁରନ୍ତ ଘଟଣାକୁ ଅନୁସନ୍ଧାନ କରିଥିଲେ । ମୋ ପରିବାରର ସହ-ଆବାହକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଶ୍ରୀ
ଗୋପବନ୍ଧୁ ଦାସ, ମୋ ପରିବାରର ଆଇନୀ ପରାମର୍ଶଦାତା ଶ୍ରୀ ଅବନୀ ସାହୁ ଏହି ଘଟଣାକୁ ଅନୁଧ୍ୟାନ କରିଥିଲେ । ଫସି ରହିଥିବା ଯୁବକମାନଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରାଯାଇ ଯାଜପୁର ଜିଲ୍ଲାର ବରି ଥାନାରେ ଏକ କେସ୍ ରୁଜୁ କରାଯାଇଥିଲା ଏବଂ ଏଜେଂଟ ଅଶୋକ ଜେନାଙ୍କୁ ୬ ଡିସେମ୍ବର ଦିନ ପୋଲିସ ଗିରଫ କରିଥିଲା ।
ଏହି ଘଟଣା ମଧ୍ୟ ସ୍ୱତନ୍ତ୍ର ରେସିଡେଂଟ କମିଶନର ଶ୍ରୀ ରବିକାନ୍ତଙ୍କ ସହିତ ଆଲୋଚନା କରାଯାଇଥିଲା ଯିଏ କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହିତ ସମନ୍ୱୟ ରକ୍ଷାକରି ଘଟଣାର ଅନୁଧ୍ୟାନ କରୁଥିଲେ । ଅନ୍ୟ ସରକାରୀ ଏଜେନ୍ସି ଓ ଚାନେଲ୍ ମାନଙ୍କ ସହିତ ଯୁବକମାନଙ୍କୁ ଉଦ୍ଧାର କରିବା ପାଇଁ ସଂପର୍କ କରାଯାଇଥିଲା । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ମଧ୍ୟ ଆଇନୀଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏବଂ ବିଭିନ୍ନ ସରକାରୀ ଏଜେନ୍ସି ଓ ମୋ ପରିବାରର ହସ୍ତକ୍ଷେପ ଯୋଗୁ ଫସି ରହିଥିବା ଯୁବକମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା ଏବଂ ୨୮ ଡିସେମ୍ବର ଦିନ ୭ ଜଣ ଯୁବକମାନଙ୍କ ମଧ୍ୟରୁ ଜଣଙ୍କୁ ଓଡ଼ିଶା ପ୍ରତ୍ୟାବର୍ଚାନ କରାଯାଇଥିଲା । ମୋ ପରିବାରର ସଦସ୍ୟମାନେ ନିରନ୍ତର ଏହି ଉଦ୍ଧ।ର ଅପରେସନକୁ ଅନୁଧ୍ୟାନ କରିଥିଲେ ଏବଂ ଆଶା କରାଯାଉଛି ଖୁବଶୀଘ୍ର ଆଉ ୬ ଜଣ ଯୁବକ ଦିନେ ଦୁଇଦିନ ମଧ୍ୟରେ ଓଡ଼ିଶାକୁ ଫେରି ଆସିବେ ।