ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ମଙ୍ଗଳବାର ଅର୍ଥାତ ଆଜିଠାରୁ ଆଉ ୨ଟି ରୁଟ୍ରେ ‘ମୋ ବସ୍’ ଚଳାଚଳ କରିବ। ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବସ୍ ସେବା ଉପଲବ୍ଧ ହେବ। ରୁଟ୍ ୨୪ରେ ମୋ ବସ୍ କଳିଙ୍ଗ ବିହାରରୁ ବାହାରି ଟଙ୍କପାଣି ରୋଡ୍ ସ୍ଥିତ ସାଇ ମନ୍ଦିରକୁ ଚଳାଚଳ କରିବ। ସେହିପରି ରୁଟ୍ ୨୮ରେ ମୋ ବସ୍ କଳିଙ୍ଗନଗରରୁ ବାହାରି ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଚାଲିବ।
ଏହି ରୁଟ୍ରେ ପ୍ରତି ଅଧଘଣ୍ଟାରେ ମୋ ବସ୍ ଚଳାଚଳ କରିବ। ସୂଚନାଯୋଗ୍ୟ, ଏବେ ୭ଟି ରୁଟ୍ ରେ ପ୍ରାୟ ୪୦ଟି ମୋ ବସ୍ ଗଡ଼ୁଛି। ପ୍ରାଥମିକ ପର୍ଯ୍ୟାୟରେ ୭ଟି ରୁଟ୍ ରେ ବସ୍ ଚଳାଚଳ କରିବ। ସପ୍ତାହକ ଭିତରେ ରୁଟ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ କୁହାଯାଇଥିଲା।
କ୍ରୁଟ୍ ମହାପ୍ରବନ୍ଧକ ଦୀପ୍ତିମୟୀ ମହାପାତ୍ର କହିଛନ୍ତି, ବସ୍ରେ ଯେତିକି ସିଟ୍ ରହିଛି ସେତିକି ଯାତ୍ରୀ ଯାତ୍ରା କରି ପାରିବେ। ଛିଡ଼ା ହୋଇ ଯାତ୍ରୀ ଯାଇ ପାରିବେ ନାହିଁ କି ଯାତ୍ରା ପାଇଁ ଗାଇଡ୍ ଏବଂ କ୍ୟାପଟେନ୍ ଅନୁମତି ଦେବେ ନାହିଁ। ଯାତ୍ରୀମାନେ ଯାତ୍ରା କଲାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଆଗାମୀ ଦିନରେ କ୍ରୁଟ୍ ପକ୍ଷରୁ ଡିଜିଟାଲ ଟିକଟ୍ ବୁକିଂ ସେବା ଆରମ୍ଭ କରାଯିବ। ପ୍ରତ୍ୟେକଟି ବସ୍କୁ ପ୍ରତିଦିନ ସାନିଟାଇଜ୍ ବ୍ୟବସ୍ଥା କରାଯାଇଥିବା ସେ ପ୍ରକାଶ କରିଛନ୍ତି।