ଭୁବନେଶ୍ୱର: କାଲିଠୁ ଗଡ଼ିବ ‘ମୋ ବସ୍’ । ଟ୍ୱିନ୍-ସିଟିରେ ମୋ ବସ୍ ଚଳାଚଳକୁ ସରକାରଙ୍କ ଗ୍ରୀନ୍ ସିଗନାଲ । ଆସନ୍ତାକାଲିଠାରୁ ୭ଟି ରୁଟଦେଇ ଗଡ଼ିବ ମୋ ବସ୍ ବୋଲି ସରକାର ନିଷ୍ପତି ନେଇଛନ୍ତି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମୋ ବସ୍ ଗଡ଼ିବ । ସବୁଠାରୁ ବଡ଼ କଥା ହେଲା, ଏହି ୭ଟି ରୁଟରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ଚାଲିବ । ଏନେଇ ଯାତ୍ରୀମାନଙ୍କ ପାଇଁ କିଛି ସର୍ତ୍ତ ରଖିଛନ୍ତି ସରକାର ।
ସେପଟେ ବସ୍ ଯାତ୍ରୀମାନଙ୍କ ପାଇଁ କୋଭିଡ୍-୧୯ ନିୟମାବଳୀକୁ ପାଳନ କରିବାକୁ କୁହାଯାଇଛି । ତେଣୁକରି କେବଳ ମାସ୍କ ପିନ୍ଧିଥିବା ଯାତ୍ରୀ ବସରେ ଯାତ୍ରା କରିପାରିବେ । ବସ୍ ରେ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ । ଟିକେଟର ସଠିକ୍ ମୂଲ୍ୟ ମୁତାବକ ଖୁଚୁରା ଦେବାକୁ ପଡ଼ିବ ।
ଏହି ୭ଟି ରୁଟରେ ଚାଲିବ ବସ୍:
- ଏୟାରପୋର୍ଟ-ସିଡିଏ
- ନନ୍ଦନବିହାର-ଲିଙ୍ଗିପୁର
- ମାଷ୍ଟରକ୍ୟାଣ୍ଟିନ-ସିଡିଏ
- ମାଷ୍ଟରକ୍ୟାଣ୍ଟିନ-ଖୋର୍ଦ୍ଧା
- ମାଷ୍ଟରକ୍ୟାଣ୍ଟିନ-ସମ୍ ହସ୍ପିଟାଲ
- ଡୁମୁଡୁମା-ମଞ୍ଚେଶ୍ୱର
- ମାଷ୍ଟରକ୍ୟାଣ୍ଟିନ-ଏମ୍ସ