ଆସନ୍ତାକାଲିଠାରୁ ରାଜଧାନୀରେ ପୁଣି ଗଡ଼ିବ ମୋ ବସ୍‌

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜଧାନୀରେ ପୁଣି ଚଳାଚଳ କରିବ ମୋ ବସ୍‌। ୮ଟି ରୁଟ୍‌ରେ ଚଳାଚଳ କରିବ ନନ୍‌-ଏସି ବସ୍‌। ରୁଟ୍‌- ୧୧, ୧୬, ୧୮, ୨୦, ୨୩, ୨୫, ୨୭, ୩୩ରେ ଚାଲିବ ମୋ ବସ୍‌। ସକାଳ ୭ଟାରୁ ସଂଧ୍ୟା ୭ଟା ମଧ୍ୟରେ ଚଳାଚଳ କରିବ। ଅଗଷ୍ଟ ମାସରେ ସପ୍ତାହାନ୍ତ ବନ୍ଦ ରହିବ ମୋ ବସ୍‌ ସେବା। ମୋ ବସ୍ ପରିଚାଳନା କରୁଥିବା CRUT ପକ୍ଷରୁ ସୂଚନା ଦିଆଯାଇଛି।

ମହାମାରୀ କରୋନା ପାଇଁ ରାଜଧାନୀରେ ଅଟକିଥିଲା ମୋ ବସ୍‌ ସେବା। ତେବେ ଅନ୍‌ଲକ୍‌-୩ ସରକାରଙ୍କ ଗ୍ରୀନ୍‌ ସିଗ୍‌ନାଲ୍‌ ପରେ ବସ୍‌ ସେବା ଆରମ୍ଭ କରିବାକୁ CRUT ପକ୍ଷରୁ ସୂଚନା ଦିଆଯାଇଛି। ମାତ୍ର ଏଥିରେ କୋଭିଡ୍‌ ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି କୁହାଯାଇଛି।