ଭୁବନେଶ୍ୱର:ଆଜିଠୁ ଭୁବନେଶ୍ଵର କଟକରେ ଗଡ଼ିଲା ‘ମୋ ବସ୍’। କରୋନା ମୁକାବିଲା ଲକ୍ ଡାଉନ ଯୋଗୁଁ ଦୀର୍ଘଦିନ ଧରି ବନ୍ଦ ଥିବା ‘ମୋ ବସ୍’ ଆଜିଠାରୁ ରାଜ୍ୟରେ ପୁଣି ଗଡ଼ିଲା । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକର ୭ଟି ରୁଟରେ ମୋ ବସ୍ ଗଡ଼ିଲା ।
ମୋ ବସ ଗଡ଼ିବାକୁ ଥିବା ୭ଟି ରୁଟ୍ ଗୁଡ଼ିକ ହେଲା ଏୟାରପୋର୍ଟରୁ କଟକ, ସିଡିଏ, ନନ୍ଦନବିହାରରୁ ଲିଙ୍ଗିପୁର, ମାଷ୍ଟରକ୍ୟାଂଟିନ୍ ରୁ ସିଡିଏ ଭାୟା ରସୁଲଗଡ଼, ମାଷ୍ଟରକ୍ୟାଂଟିନ୍-ଖୋର୍ଦ୍ଧା, ମାଷ୍ଟରକ୍ୟାଂଟିନ୍-ସମ୍ ହସ୍ପିଟାଲ୍, ଡୁମୁଡୁମାରୁ ମଂଚେଶ୍ୱର ଓ ମାଷ୍ଟରକ୍ୟାଂଟିନ୍ ରୁ ଏମ୍ସ ।
ତେବେ ଏସବୁ ରୁଟ୍ରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ହିଁ ଚଳାଚଳ କରିବ । ସମସ୍ତ ବସ୍ ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏଁ ଯିବା ଆସିବା କରିବ । ତେବେ ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏହାଛଡ଼ା ବସରେ କେହି ଛିଡ଼ା ହୋଇ ଯାତ୍ରା କରିପାରିବେ ନାହିଁ। ଟିକେଟର ସଠିକ୍ ମୂଲ୍ୟ ମୁତାବକ ଖୁଚୁରା ଦେବାକୁ ପଡ଼ିବ। ସିଟ୍ ସଂଖ୍ୟକ ଯାତ୍ରୀ ଯାତ୍ରା କରିବେ ।