ଶନିବାର ଓ ରବିବାର ବନ୍ଦ ରହିବ ମୋ ବସ୍‌ ସେବା

ଭୁବନେଶ୍ୱର: ଜୁନ ମାସର ଶନିବାର ଓ ରବିବାର ବନ୍ଦ ରହିବ ମୋ ବସ୍‌ ସେବା। ସପ୍ତାହକୁ ୨ ଦିନ ସଟ୍‌ଡାଉନ୍  ଅବସରରେ ବନ୍ଦ ରହିବ ବସ୍‌ ସେବା। ଏନେଇ ମୋ ବସ ଚଳାଚଳ ଦାୟିତ୍ୱ ନେଇଥିବା କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶାରେ କରୋନା ସ୍ଥିତିକୁ ଦେଖି ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ(ଶନିବାର ଓ ରବିବାର) ସଟ୍‌ଡାଉନ୍  ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଦୁଇ ଦିନ ବାହାରକୁ ନବାହାରି ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ଯାହାକୁ ଦେଖି ମୋ ବସ୍‌ ଚଳାଚଳ ନକରିବାକୁ କ୍ରୁଟ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।