ଆଜିଠୁ ମାଷ୍ଟର କ୍ୟାଣ୍ଟିନରୁ ପିପିଲି ଯାଏଁ ଗଡ଼ିଲା ମୋ ବସ

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରୁ ପିପିଲି ପର୍ଯ୍ୟନ୍ତ ଆରମ୍ଭ ହେଲା ବିଧିବଦ୍ଦଭାବେ ମୋ ବସ ସେବା । ପ୍ରତିଦିନ ସକାଳ ୭ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ସେବା ଲୋକେ ପାଇପାରିବେ । ପ୍ରତି ୪୦ ମିନିଟରେ ଗୋଟିଏ ବସ ଉପଲବ୍ଧ ହେବା ସହ ପ୍ରତିଦିନ ୪ଟି ବସ ଗଡ଼ିବ । ମାଷ୍ଟର କ୍ୟାଣ୍ଟିନରୁ ପିପିଲି ଦାଣ୍ଡମୁକୁନ୍ଦପୁର ପର୍ଯ୍ୟନ୍ତ ୩୨ଟି ଷ୍ଟପେଜ ରହିଛି । ତେବେ ସମସ୍ତ ଯାତ୍ରୀ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଥିବାବେଳେ ଛିଡ଼ା ହୋଇ କେହି ଯାତ୍ରା କରିପାରିବେ ନାହିଁ ବୋଲି ସୂଚନା ମିଳିଛି ।

ସୂଚନାନୁସାରେ, କୋରୋନା ଆକ୍ରାନ୍ତ ରାଜ୍ୟରେ ବଢ଼ି ବଢ଼ି ଚାଲିଛି ଏହାକୁ ଦୃଷ୍ଟିରେ ରଖି ଲକଡାଉନ କରାଯାଇଥିଲା । ଯେଉଁଥିପାଇଁ ସମସ୍ତ ବସ୍‌ ସେବା ବନ୍ଦ ଥିଲା । ଆଜିଠାରୁ ମୋ ବସ ସେବା ପୁଣିଥରେ ଆରମ୍ଭ ହୋଇସାରିଛି ।