ଆଜି ରାଜ ଠାକରେଙ୍କୁ ପଚରାଉଚରା କରିବ ଇଡି: ଧାରା ୧୪୪ ଲାଗୁ

ମୁମ୍ବାଇ:ମୁମ୍ବାଇ ପୋଲିସ ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ବାହାରେ ଧାରା ୧୪୪ ଲାଗୁ କରିଛି । ଏଠାରେ ଆଜି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଇଡି ସମ୍ମୁଖରେ ହାଜର ହେବେ । ମେରାଇନ ଡ୍ରାଇଭ, ଏମଆରଏ ମାର୍ଗ, ଦାଦାର ଓ ଆଜାଦ ମୌଦାନ ଅଂଚଳରେ ମଧ୍ୟ ଧାରା ୧୪୪ ଲଗାଯାଇଛି ।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଏହି ପଦକ୍ଷେପ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି କରାଯାଇଛି । ରାଜ ଠାକରେ ତାଙ୍କ କାର୍ଯ୍ୟକର୍ତାଙ୍କୁ ଇଡି କାର୍ଯ୍ୟାଳୟ ସାମ୍ନାକୁ ନ ଆସିବା ପାଇଁ ଅପିଲ କରିଛନ୍ତି । ଆଜି ସକାଳେ ତାଙ୍କୁ ଆଇଏଏଲ ଓ ଏଫଏସ ମାମଲାରେ ପଚରାଉଚରା କରାଯିବ ।

ଗତକାଲି ମୁମ୍ବାଇ ପୋଲିସ ଏମଏନଏସର ଅନେକ ନେତାଙ୍କୁ ଅଟକ ରଖିଥିଲା । ସନ୍ଦିପ ଦେଶପାଣ୍ଡେଙ୍କ ସମେତ ଅନେକ ନେତାଙ୍କୁ ପୋଲିସ କାଳିଠାରୁ ଅଟକ ରଖିଛି । ପୂର୍ବରୁ ରାଜ ଠାକରେଙ୍କୁ ସମନ ଘଟଣାରେ ଜଣେ କର୍ମୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କିନ୍ତୁ ଠାକରେ ସମସ୍ତଙ୍କୁ ଶାନ୍ତ ରହିବା ପାଇଁ ଅପିଲ କରିଛନ୍ତି ।