ତାରାଙ୍କ ଗୁଗୁଲି : ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଅ ନହେଲେ ମାଓବାଦୀ ହେବି

ଭୁବନେଶ୍ବର : ମାଓବାଦୀ ସଂଗଠନରେ ମିଶିବେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି । କୋରାପୁଟର ୧୦ହଜାର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଅ । ନଚେତ୍ ସେମାନଙ୍କ ସହ ନକ୍ସଲ ସଂଗଠନରେ ମିଶିବି ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ତାରା ପ୍ରସାଦ ବାହିନୀପତି । ନିଯୁକ୍ତି ନମିଳିବାରୁ କୋରାପୁଟର ଅନେକ ଯୁବକ ଯୁବତୀ ନକ୍ସଲ ସଂଗଠନରେ ମିଶୁଛନ୍ତି । ଯଦି ଦାବି ପୂରଣ ନହୁଏ ତେବେ କୋରାପୁଟ ବନ୍ଦ କରିବାକୁ ବି ଚେତାବନୀ ଦେଇଛନ୍ତି ।