ସବୁ ନେତା ଓ କର୍ମୀ ଦୈନିକ ୨ରୁ ୩ ଘଣ୍ଟା ଦଳ ପାଇଁ କାମ କଲେ ଦଳ ଆହୁରୀ ଆଗକୁ ବଢି ଲୋକଙ୍କ ପାଇଁ କାମ କରିବ : ପ୍ରଣବ ପ୍ରକାଶ ଦାସ
ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ପ୍ରଣବଙ୍କ ଆହ୍ୱାନ
ଭୁବନେଶ୍ୱର : ଏକଦା ଓଡିଶାକୁ ତଳିତଳାନ୍ତ କରି ରଖିଥିଲା ଦୁର୍ନୀତି ରୂପକ ବ୍ୟାଧି । ସେଇ ବ୍ୟାଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଦମନ କରିଛନ୍ତି ଓ କରି ଚାଲିଛନ୍ତି । ସେଇ କାମକୁ ମୁଖ୍ୟମନ୍ତ୍ରୀ ହେବା ପରେ ସେହିଁ ପ୍ରଥମ କରି ଆରମ୍ଭ କରିଥିଲେ ଯାହା ଏବେ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଜୀବନ ଚର୍ଯ୍ୟାରୁ ହିଁ ପ୍ରଥମ କରି ଦୁର୍ନୀତି ହଟାଇବା କାମ ଆରମ୍ଭ କେଲେ । ଅତି ସାଧାରଣ ସାଧାରଣ ଜୀବନ ଶୈଳି, ଚଳନି ଓ ରାଜନୈତିକ କାର୍ଯ୍ୟକ୍ରମ ହେଉ ବା ସରକାରୀ କାର୍ଯ୍ୟକ୍ରମ ସବୁଠି ସେ ଅତି ସାଧାରଣ ଭାବେ ନିଜ କାର୍ଯ୍ୟକୁ ପ୍ରତିପାଦନ କରିଛନ୍ତି । ସରକାରୀ ଖର୍ଚ୍ଚ କେତେ କମରେ ହୋଇ ପାରିବ ଓ ଦୁର୍ନୀତିର ଛିଟା ତାଙ୍କ ଠି ଓ ତାଙ୍କ କାମରେ ନଲାଗିବ ତାହା ସେ ନିଜେ ନିଜ ଠି କାର୍ଯ୍ୟକାରୀ କରିଛନ୍ତି । ଆଉ ମୁଖ୍ୟମନ୍ତ୍ରୀଙ୍କ ଏହି କାମ ଧିରେ ଧୀରେ ସରକାରରେ ଏବଂ ବିଜୁ ଜନତା ଦଳରେ ପ୍ରତିଫଲିତ ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଲୋକଙ୍କର ପ୍ରିୟ ହୋଇ ପାରିଛନ୍ତି । ଏହି କାମକୁ ଏବେ ଠୁ ଆମେ ଆମ ଉପରେ ପ୍ରୟୋଗ କରିବାକୁ ପଡିବ । ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସରେ ବିଜେଡିର ସଂଗଠନ ସାଧାରଣ ସଂପାଦକ ବିଧାୟକ ପ୍ରଣ ପ୍ରକାଶ ଦାସ ଏହା କହିଛନ୍ତି ।
ଦଳର ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଇ ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭୋକର ଭୂଗୋଳକୁ ଦୂର କରିଛନ୍ତି । ଲୋକଙ୍କ ସହ ଅଛନ୍ତି ଏହିକଥା ସେ ପ୍ରମାଣ କରିଛନ୍ତି । ଶହ ଶହ ଯୋଜନା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିଛନ୍ତି । ନିଜର ସବୁକିଛି ଓଡ଼ିଶାବାସୀଙ୍କ ପାଇଁ ଦାନ କରିଦେଇ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ପ୍ରଣବ । ନବୀନଙ୍କୁ ଭଲ ପାଉଥିବା ପ୍ରତି କର୍ମୀଙ୍କୁ ପ୍ରଣବଙ୍କ ଆହ୍ୱାନ ଦେଇ କହିଛନ୍ତି ଦୈନିକ ୨ରୁ ୩ ଘଣ୍ଟା ଦଳକୁ ସମୟ ଦେଲେ ଦଳ ଆହୁରି ମଜଭୁତ ହେବା ସହ ଲୋକଙ୍କ ବିକାଶରେ ବ୍ରତୀ ହୋଇପାରିବ ।
mla pranab prakash das on bjd 24th foundation day meeting