ଭୁବନେଶ୍ୱର : ଜଣେ ଯନ୍ତ୍ରୀଙ୍କୁ ବାଡେ଼ଇବା ଘଟଣାରେ ବାରିପଦା ବିଜେପି ବିଧାୟକ ପ୍ରକାଶ ସୋରେନଙ୍କୁ ପୁଲିସ ଗିରଫ କରିଛି । ଅପରପକ୍ଷରେ ବିଧାୟକଙ୍କୁ ଗିରଫ କରିବା ପ୍ରତିବାଦରେ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବାରିପଦା ସହରରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ ଜନୈକ ଯନ୍ତ୍ରୀଙ୍କୁ ବିଧାୟକ ଓ ତାଙ୍କ ସମର୍ଥକମାନେ ପିଟିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।