ବିବାହ ବନ୍ଧନରେ ବାନ୍ଧିହେଲେ ଓଡ଼ିଆ ଷ୍ଟାର ଅର୍ଦ୍ଧେନ୍ଦୁ

ବରିଷ୍ଠ ରାଜନୀତିଜ୍ଞ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀଙ୍କୁ କଲେ ବିବାହ

ଭୁବନେଶ୍ୱର: ଓଲିଉଡ ଷ୍ଟାର ଅର୍ଦ୍ଧେନ୍ଦୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ବରିଷ୍ଠ ରାଜନୀତିଜ୍ଞ ପ୍ରଦୀପ ମହାରଣୀଙ୍କ ଝିଅ ପଲ୍ଲବୀଙ୍କୁ ବିବାହ କରିଛନ୍ତି । ନିର୍ବନ୍ଧ ହେବା ପରଠାରୁ ଚର୍ଚ୍ଚାରେ ଥିବା ଏହି ନୂଆ ଯୋଡି ପରିଶେଷରେ ଆଜି ରାଜଧାନୀର ବରମୁଣ୍ଡା ପଡିଆରେ ବରଯାତ୍ରୀଙ୍କ ସହ ବରବେଶରେ ପହଂଚିଥିଲେ । ଏହି ବରଯାତ୍ରୀରେ ବହୁ ନେତା, ମନ୍ତ୍ରୀ ଓ ଓଲିଉଡ ଷ୍ଟାରମାନେ ସାମିଲ ଥିଲେ ।

ସୂଚନାଥାଉ କି, ପଲ୍ଲବୀ ପେଷାରେ ଜଣେ ଡାକ୍ତର । ପଲ୍ଲବୀ ଓ ଅର୍ଦ୍ଧେନ୍ଦୁ ନୁହେଁ ଏକ ଇଂଟରଭ୍ୟୁରେ ଦେଖା ହୋଇ ବନ୍ଧୁ ହୋଇଥିଲେ । ଏହାପରେ ଉଭୟଙ୍କ ସମ୍ପର୍କ ବୃଦ୍ଧି ପାଇ ପରିଶେଷରେ ଜୀବନସାଥୀ ହୋଇଛନ୍ତି ।

ସୂଚନାଯୋଗ୍ୟ, ଅର୍ଧେନ୍ଦୁଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘କାଉଁରୀ କନ୍ୟା’। ତା’ପରେ ସେ ‘ଅ ଆ ହର୍ଷେଇ’, ‘ଟପୋରି’ ଓ ‘ବ୍ଲାକ୍‌ମେଲ୍‌’ ଏବଂ ‘ମୁଁ ପରଦେଶୀ ଚଢ଼େଇ’ ଭଳି ସିନେମାରେ ନାୟକ ଭୂମିକା ନିଭାଇଥିଲେ। ‘ମୁଁ ପରଦେଶୀ ଚଢ଼େଇ’ରେ ଅର୍ଧେନ୍ଦୁ ଓ ଅନୁଭାଙ୍କ ଯୋଡ଼ିକୁ ଦେଖିବାକୁ ମିଳିଥିଲା। ଏହି ସିନେମାରେ ପ୍ରଥମଥର ପାଇଁ ଏକାଠି ହୋଇଥିଲେ ଏଦୁଇ କଳାକାର। ‘ମୁଁ ପରଦେଶୀ ଚଢେଇ’ର ନିର୍ଦେଶକ ହେଲେ କେ.ମୁରଲୀ କ୍ରିଷ୍ଣା।