ପୁଣିଥରେ ମିଜୋରାମରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ମିଜୋରାମରେ ଗତ ୧୨ ଘଣ୍ଟାରେ ଆସିଥିବା ୨ ଭୂକମ୍ପ ଭାରୀ ପଡିଛି । ଭୂକମ୍ପର ତୀବ୍ରତା ଏତେ ଥିଲା ଯେ ଅନେକ ଘର କାନ୍ଥରେ ଫାଟ ହୋଇଯାଇଛି । ଏହା ବ୍ୟତୀତ ଅନେକ ଅଫିସ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ଯଦିଓ ଗୋଟେ ଚର୍ଚ୍ଚର ଛାତ ମଧ୍ୟ ଭୂଷୁଡି ପଡିଛି ।

ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ନିଜେ ଏନେଇ ଟ୍ୱିଟରରେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଭୂକମ୍ପ ଆସିବା ପରେ ସ୍ଥାନୀୟ ସ୍ତରରେ ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଛି ।

ସ୍ଥାନୀୟ ପ୍ରଶାସନ ଓ ବିଧାୟକ ଅଞ୍ଚଳକୁ ଗସ୍ତ କରି କ୍ଷତିର ଆକଳନ କରିବାରେ ଲାଗିପଡିଛନ୍ତି । ସରକାରଙ୍କ ଅନୁସାରେ ଏପର୍ଯ୍ଯନ୍ତ ଏହି ଭୂକମ୍ପ ଯୋଗୁଁ କେହି ପ୍ରାଣ ହରାଇଥିବା ସୂଚନା ଆସିନି ।

ଭୂକମ୍ପ ଆସିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଫୋନ୍ ଜରିଆରେ ରାଜ୍ୟର ହାଲ୍ ପଚାରି ବୁଝିଛନ୍ତି । ମିଜୋରାମର ସିଏମ୍ ଜୋରମଥାଙ୍ଗା ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କହିରଖୁଛୁ ମିଜୋରାମରେ ସୋମବାର ସକାଳ ୪.୧୦ଟା ସମୟରେ ୫.୩ ତୀବ୍ରତାର ଭୂକମ୍ପ ଆସିଥିଲା । ଭୂକମ୍ପର କେନ୍ଦ୍ର ଥିଲା ଚମ୍ଫାଇ । ଉତ୍ତର-ପୂର୍ବ ଭାରତରେ ଲଗାତର ଦ୍ୱିତୀୟ ଦିନ ଭୂକମ୍ପର ଝଟକା ଅନୁଭବ କରାଯାଇଛି । ରବିବାର ୬ଟାରେ ମଣିପୁରରେ ୫.୧ ତୀବ୍ରତାର ଭୂକମ୍ପ ଆସିଥିଲା ।