ଡିସେମ୍ବର୫ରୁ ରାଜଧାନୀରେ ହେବ ମିଶନ ଶକ୍ତି ମେଳା :

ଖୋଲିବ ୨ ଶହ ଷ୍ଟଲ, ଭାଗନେବେ ୨୫୧ ସ୍ଵୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ବର : ରାଜଧାନୀରେ ଗୋଟିଏ ସ୍ଥାନରେ ମିଳିବ ସାରା ରାଜ୍ୟର ସଂୟସହାୟକ ଗୋଷ୍ଠି ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ । ଘରକରଣା ଜିନିଷ ଠାରୁ ଆରମ୍ଭ କରି ଭିଭିନ୍ନ ସାମଗ୍ରୀକୁ କିଣିବାର ସୁଯୋଗ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର ।  ପାଞ୍ଚ ଡିସେମ୍ବର ରୁ ମହିଳଆ ଓ ମିଶନଶକ୍ତି ବିଭାଗ ଦ୍ବାରା ଆୟୋଜିତ ମିଶନ ଶକ୍ତି ମେଳାରେ ରାଜଧାନି ବାସି ଏହି ସୁବିଧା ପାଇବେ ।  ଡିସେମ୍ବର ୫ରୁ ୧୬ ତାରିଖ ଯାଏ  ପ୍ରଦର୍ଶନୀ ପଡିଆରେ ଚାଲିବ ମିଶନ ଶକ୍ତି ମେଳା । ମିଶନ ଶକ୍ତିର କମିଶନର ଓ ନିର୍ଦ୍ଦେଶକ ସୁଜାତା କାର୍ତ୍ତିକେୟନ ସାମ୍ବାଦିକ ସମ୍ମିଳନୀ ରେ ଏହି ସୂଚନା ଦେଇଛନ୍ତି । ଏହିମେଳାରେ ସଂୟସାହାୟକ ଗୋଷ୍ଠିମାନଙ୍କର ୨୦୦ ଟି ଷ୍ଟଲ ଲାଗିବ । ଏଠାରେ ହସ୍ତ ତନ୍ତ୍ର, ହସ୍ତଶିଳ୍ପ, ଜଙ୍ଗଲ ଜାତ ଦ୍ରବ୍ୟ, ଖାଦ୍ୟ ଜାତୀୟ ଦ୍ରବ୍ୟ, ମସଲା ଏବଂ ଅଣ କୃଷି ଜାତୀୟ ଦ୍ରବ୍ୟ ପ୍ରଦର୍ଶନ ସହ ବିକ୍ରି ହେବ । ତିରିଶି ଜିଲ୍ଲା ର ୨୫୧ ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀରୁ ପାଞ୍ଚ ଶହ ରୁ ଅଧିକ  ସ୍ଵୟଂ ସହାୟକ ଗୋଷ୍ଠୀ  ସେମାନଙ୍କ ଦ୍ରବ୍ୟ ସହିତ ଏହି ମେଳାରେ  ଅଂଶ ଗ୍ରହଣ କରିବେ ବୋଲି ମିଶନ ଶକ୍ତିର କମିଶନର ଓ ନିର୍ଦ୍ଦେଶକ ସୁଜାତା କାର୍ତ୍ତିକେୟନ ସୂଚନା ଦେଇଛନ୍ତି ।