ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ

ଭାରତ ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସାମାଜିକ ଗଣମାଧ୍ୟମ ସାଇଟ ଏକ୍ସରେ ପୋଷ୍ଟ କରି ‘ମିଶନ ଦିବ୍ୟାସ୍ତ୍ର’ ପାଇଁ ଡିଆରଡିଓ ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି । ବାଲେଶ୍ବର ଅବଦୁଲ କଲାମ ଦ୍ବୀପରେ ଅଗ୍ନି-୫ର ସଫଳ ପରୀକ୍ଷଣ ହୋଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଏହି ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିସାଇଲ ସମ୍ପୂର୍ଣ୍ଣ ରୂପେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି।

ଏହାର ୫ ହଜାର କିଲୋମିଟର ଲକ୍ଷ୍ୟ ଭେଦ କରିବାର କ୍ଷମତା ରହିଛି । ଏହାର ଲମ୍ବ ୧୭.୫ ମିଟର ଏବଂ ଓଜନ ୫୦ ଟନ୍ । କହିରଖୁଛୁ ଭାରତ ବ୍ୟତୀତ ଏହା ଚୀନ, ଫ୍ରାନ୍ସ, ଆମେରିକା, ଇସ୍ରାଏଲ, ଋଷ୍ ଏବଂ ଇଂଲଣ୍ଡ ପାଖରେ ରହିଛି ।