୫ଦିନ ପରେ ମଧ୍ୟ ଭାରତୀୟ ବାୟୁସେନା ବିମାନ ଏଏନ୍‌-୩୨ ମିଳୁନି ପତ୍ତା

ନୂଆଦିଲ୍ଲୀ : ଜୁନ୍‌-୩ ତାରିଖରେ ହଠାତ ଆକାଶ ମାର୍ଗରୁ ନିଖୋଜ ହୋଇ ଯାଇଥିଲା ବାୟୁସେନା ବିମାନ ଏଏନ୍‌-୩୨ । ନିଖୋଜ ପରେ ପରେ ଏହାର ତଲାସି ଅଭିଯାନକୁ ଆଜି ୫ଦିନ ପୁରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିମାନର କୌଣସି ପତ୍ତା ମିଳି ପାରି ନାହିଁ । ତେବେ ୫ଦିନ ପରେ ମଧ୍ୟ କୌଣସି ପତ୍ତା ନ ମିଳିବାରୁ ଭାରତୀୟ ନୌସେନା ପକ୍ଷରୁ ବିମାନ ପି୮ଆଇକୁ ସାମିଲ କରାଯାଇଛି । ଯିଏ ନିଜର ବିଶେଷ ରାଡାର ଏବଂ ସେନ୍ସର ସାହାଯ୍ୟରେ ବିମାନ ଏଏନ୍‌-୩୨ ଖୋଜିବାରେ ସଫଳ ହେବ ବୋଲି କୁହାଯାଇଛି । ସୂଚନା ମୁତାବକ, ସୋମବାର ୩୩ଜଣଙ୍କୁ ନେଇ ବାୟୁସେନା ବିମାନ ଏଏନ୍‌-୩୨ ମେଞ୍ଚୁକା ଅଭିମୁଖେ ଉଡ଼ାଣ ଭରିଥିଲା । ଆସାମର ଜୋର୍‌ହାଟରୁ ଉଡ଼ାଣ ଭରିବାର ୩୩ମିନିଟ୍‌ ପରେ ବିମାନଟ ରାଡାରରୁ ନିଖୋଜ ହୋଇ ଯାଇଥିଲା ବିମାନ । ଦିନ ୧୨ଟା ୨୭ମିନିଟ୍‌ରେ ବିମାନଟି ଉଡ଼ାଣ ଭରିଥିବା ବେଳେ ଦିନ ୧ଟାରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା ।