“ମିସ୍ ୱାର୍ଲ୍ଡ-୨୦୧୯” କ୍ରାଉନ୍ ଜିତିଲେ ଜାମାଇକାର ଟୋନି-ଆନ୍ ସିଂହ

୨ୟ ରନର୍ସ ଅପ୍ ହେଲେ ଭାରତର ସୁମନ ରାଓ

ନୂଆଦିଲ୍ଲୀ: ଚଳିତ ବର୍ଷର ମିସ୍ ୱାର୍ଲ୍ଡ କ୍ରାଉନ୍ ହାସଲ କରିଛନ୍ତି ଜାମାଇକାର ଟୋନି-ଆନ୍ ସିଂହ । ଲଣ୍ଡନର ଏକ୍ସସେଲଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଟୋନି ବିଜୟିନୀ ହୋଇଛନ୍ତି । ସେହିଭଳି ଏହି ପ୍ରତିଯୋଗିତାରେ ଫ୍ରାନ୍ସର ଓଫେଲି ମେଜିନୋ ପ୍ରଥମ ରନର୍ସ ଅପ୍ ହୋଇଥିବାବେଳେ ଭାରତର ସୁମନ ରାସ ୨ୟ ରନର୍ସ ଅପ୍ ହୋଇଛନ୍ତି । ରାଜସ୍ଥାନର ୨୦ ବର୍ଷୀୟ ସୁମନ ଜୁନ୍ ମାସରେ ଅନୁଷ୍ଠିତ ହୋଇଥିବା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ବିଜୟିନୀ ହୋଇଥିଲେ ।

ଏକ୍ସସେଲ୍‌ ଠାରେ ଆୟୋଜିତ ସୁନ୍ଦରୀ ପ୍ରତିଯୋଗିତାର ପ୍ରଶ୍ନ ଏବଂ ଉତ୍ତର ପର୍ଯ୍ୟାୟରେ ଶ୍ରେଷ୍ଠ ପାଞ୍ଚଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ଅନୁଷ୍ଠାନର ମୁଖ୍ୟ ବିଚାରକ ଥିଲେ ବ୍ରିଟିସ୍‌ ବ୍ରୋଡ୍‌କାଷ୍ଟର୍‌ ପିୟର୍ସ ମୋର୍‌ଗାନ୍‌। ସେ ହିଁ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରଶ୍ନ ପଚାରିଥିଲେ।

ମିସ୍  ୱାର୍ଲ୍ଡ ୨୦୧୯ ଥିଲା ଏହି ସୁନ୍ଦରୀ ପ୍ରତିଯୋଗିତାର ୬୯ତମ ସଂସ୍କରଣ ଏବଂ ଏଥିରେ ୧୨୦ଟି ଦେଶର ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ।

ଲଣ୍ଡନ ଠାରେ ନଭେମ୍ବର ୨୦ ତାରିଖ ଦିନ ମିସ୍‌ ୱାର୍ଲ୍ଡ ୨୦୧୯ର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। କେତେଗୁଡ଼ିଏ ଫାଷ୍ଟ୍‍-ଟ୍ରାକ୍‌ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରିବା ପରେ ଚୂଡ଼ାନ୍ତ ପର୍ଯ୍ୟାୟ ନିମନ୍ତେ ପ୍ରତିଯୋଗୀମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଚୟନ କରାଯାଇଥିଲା।