ଭ୍ରମାତ୍ମକ ବିଜ୍ଞାପନ ଦେଲେ ଦେବାକୁ ପଡିବ ଜୋରିମାନା

ନୂଆଦିଲ୍ଲୀ : ଭ୍ରମାତ୍ମକ ବିଜ୍ଞାପନ ଏବଂ ସୁରକ୍ଷା ମାମଲା ନେଇ କେନ୍ଦ୍ର ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସୋମବାର ଦିନ ମୋଦୀ ସରକାରର କ୍ୟାଟିନେଟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଆର୍ଥିକ ଏବଂ ସୁରକ୍ଷା ମାମଲା ଉପରେ ଆନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆର୍ଥିତ ମାମଲାର କ୍ୟାବିନେଟ କମିଟିର ବୈଠକରେ ଭ୍ରମାତ୍ମକ ବିଜ୍ଞାପନ ଉପରେ ଜୋରିମାନା ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ବୈଠକରେ ଗ୍ରାହକ ସଂରକ୍ଷଣ ବିଲକୁ ମଧ୍ୟ ମଞ୍ଜୁରୀ ମିଳିଛି । ଏହାସହ କୃଷକ ମାନଙ୍କୁ ରିହାତି ଦେବା ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି । ଏହାଛଡା ଅର୍ଥନୀତି ଜୋନର ସଂସୋଧନ ବିଲ ଉପରେ ମଧ୍ୟ ଚର୍ଚ୍ଚା ହୋଇଛି । ସେହିପରି କ୍ୟାବିନେଟର ବୈଠକରେ ରାଷ୍ଟ୍ରିୟ ସୁରକ୍ଷାକୁ ନେଇ ମଧ୍ୟ ଅନେକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେରେ ଏନଆଇଏକୁ ଆହୁରୀ ଅଧିକ ଅଧିକାର ଦେବା ପାଇଁ ମଧ୍ୟ ଆଲୋଚନା ହୋଇଛି ।