ପୁଣିଥରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଜିଅନ୍ତା ଜାଳିଦେଲେ

ଫତେହପୁର: ଦିନକୁ ଦିନ ଭାରତରେ ଦୁଷ୍କର୍ମ ଘଟଣା ବଢ଼ିବାରେ ଚାଲିଛି । ହାଇଦ୍ରାବାଦ ଓ ଉନ୍ନାଓ ପରେ ପୁଣିଥରେ ଏଭଳି ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ଘଟିଛି ଉତରପ୍ରଦେଶର ଫତେହପୁର ଜିଲ୍ଲାରେ ।

ଫତେହପୁରର ହୁସେନଗଞ୍ଜ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଘରେ ଏକକୀ ପାଇ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିଲା । ଶନିବାର ସକାଳେ ପରିବାର ଲୋକେ ପୀଡିତାଙ୍କୁ ନେଇ ଥାନା ଯିବା ସମୟରେ ଅଭିଯୁକ୍ତ କିରାସିନି ଢାଳି ପୀଡିତାଙ୍କୁ ଜିଅନ୍ତା ଜାଳିବା ପାଇଁ ଚେଷ୍ଟା କରିଥିଲା । ୯୦ ପ୍ରତିଶତ ଜଳିବା ପରେ ପୀଡିତାଙ୍କୁ ତତ୍‌କ୍ଷଣାତରେ ଜିଲ୍ଲା ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରୁ ପୀଡିତାଙ୍କୁ କାନପୁର ହେଲଟ ହସ୍ପିଟାଲକୁ ରେଫର କରାଯାଇଥିଲା ।

କାନପୁରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ମଧ୍ୟରେ ମିଳିଥିବା ଏହି ସୂଚନାରେ ସହରର ଅଧିକାରୀଙ୍କ ମଧ୍ୟରେ ଧରପଗଡ ଆରମ୍ଭ ହୋଇଛି । ଘଟଣା ପ୍ରତି ତତ୍ପରତା ଦେଖାଇ ପ୍ରଶାସନିକ ଅଧିକାରୀମାନେ ହେଲଟ ହସ୍ପିଟାଲ ଗସ୍ତ କରିଛନ୍ତି । ଏଠାରେ ପୀଡିତା ପହଞ୍ଚିବା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି ଏବଂ ଡାକ୍ତରଙ୍କ ଟିମକୁ ମଧ୍ୟ ଆଲର୍ଟ କରାଯାଇଛି ।