ନବମ ଶ୍ରେଣୀ ଛାତ୍ରକୁ ନିର୍ମମ ହତ୍ୟା ଘଟଣା; ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଛାନଭିନ

ଭୁବନେଶ୍ୱର: ରାଜଧାନୀରେ ନାବାଳକ ହତ୍ୟା ଘଟଣା। ନବଣ ଶ୍ରେଣୀ ଛାତ୍ରକୁ ନିର୍ମମ ହତ୍ୟା ଘଟଣାରେ ଛାନଭିନ। ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ତଦନ୍ତ।

ଖଣ୍ଡଗିରି ଥାନାରେ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଦୁଇଜଣିଆ ଟିମ ଛାନଭିନ କରିଥିବାବେଳେ ଥାନାଧିକାରୀଙ୍କୁ କେସର ଅଗ୍ରଗତି ନେଇ ପଚରାଉଚରା କରିଛନ୍ତି। ଅନ୍ୟପଟେ ମୃତ ନାବାଳକ ଅଶ୍ୱିନ ପାଢୀଙ୍କ ଘରେ ପହଞ୍ଚି ମଧ୍ୟ ତନାଘନା କରିଛି ଟିମ୍‌।

କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ସେନେଇ ତଦନ୍ତ କରାଯାଉଛି। ସୂଚନାଥାଉକି, ଗତ ୨ତାରିଖରେ ଅଶ୍ୱିନ ପାଢୀ ସଉଦା ପାଇଁ ଯିବା ସମୟରେ ତାଙ୍କ ମୁଣ୍ଡକୁ ନିର୍ମମ ଭାବେ ହାଣିଥିଲେ କିଛି ଦୁର୍ବୃତ୍ତ । ପରେ ଚିକିତ୍ସାଧିନ ଅବସ୍ଥାରେ ୮ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଛାନଭିନ ଆରମ୍ଭ କରିଛି ।