ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ସାମାନ ଉପରେ ଲାଗିବ କଟକଣା

ନୂଆଦିଲ୍ଲୀ:ଭାରତୀୟ ରେଳ ମନ୍ତ୍ରାଳୟ ଦେଶରେ ଥିବା ସମସ୍ତ ରେଳ ଡିଭିଜନକୁ ନିର୍ଦ୍ଦେଶ ଜାରି କରି ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରିଛି । ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀଠାରୁ ୫୦ ମାଇକ୍ରୋନରୁ କମ ମୋଟ ଥିବା ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗୁ କରିଛି । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ କଟକଣା ଜାରି କରିଛି । ପ୍ଲାଷ୍ଟିକ ଅଳିଆ ଆବର୍ଜନା ହ୍ରାସ କରିବା ପାଇଁ ମନ୍ତ୍ରାଳୟ ଏହି ନିଷ୍ପତି ନେଇଛି । ଏହି ପଦକ୍ଷେପ ଦ୍ୱାରା ପରିବେଶ ସୁସ୍ଥ ଏବଂ ସ୍ୱଚ୍ଛ ରଖିବାରେ ସହାୟତା ହେବ । ଏହି ଆଦେଶକୁ ଗାନ୍ଧୀ ଜୟନ୍ତୀଠାରୁ କଡାକଡି ଭାବେ ଲାଗୁ କରାଯିବ ।