ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଓ ସହାୟତା ରାଶି ପ୍ରଦାନ କଲେ ମନ୍ତ୍ରୀ ପ୍ରତାପ ଜେନା

ମାହାଙ୍ଗା: ନିଶ୍ଚନ୍ତକୋଇଲି ବ୍ଲକ ପରିସରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଂଚାୟତର ଆବାସ ଯୋଜନା,ବିଜୁ ପକ୍କା ଘର ର କାର୍ଯ୍ୟାଦେଶ , ଫନିର ସହାୟତା ରାଶି ଓ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମାନ୍ୟବର ପଂଚାୟତିରାଜ ଓ ପାନୀୟଜଳ ,ଆଇନ , ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦାନ କରି ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ଓ ସହାୟତା ରାଶି ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ସବିତା ଓଝା,ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି,ପୂର୍ବତନ ଚେୟାରମ୍ୟାନ ଗିରିଶ ରଂଜନ ମହାପାତ୍ର,ଯୁବ ବିଜେଡି ନେତା ଅଶୋକ ଓଝାଙ୍କ ସମେତ ବ୍ଲକ ପଦାଧିକାରୀ,ଜିଲ୍ଲାପରିଷଦ ସଦସ୍ୟା,ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗଦାନ କରିଥିଲେ ।