ମନ୍ତ୍ରୀ ପ୍ରତାପ ଜେନାଙ୍କ କନ୍ଧମାଳ ଜିଲ୍ଲାଗସ୍ତ, ନୂତନ ପଞ୍ଚାୟତ ଗୃହ ଉଦ୍ଘାଟିତ

କନ୍ଧମାଳ : ଦିନିକିଆ କନ୍ଧମାଳ ଜିଲ୍ଲାଗସ୍ତରେ ଆସିଥିବା ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଚକାପାଦ ବ୍ଲକ୍ ବସ୍ତିଙ୍ଗିଆରେ ନୂତନ ପଞ୍ଚାୟତ ଗୃହକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ବ୍ଲକ୍ ଅଧ୍ୟକ୍ଷ ପ୍ରଭଞ୍ଜନ କହଁର, ବସ୍ତିଙ୍ଗିଆ ସରପଞ୍ଚ ନଳିନି କହଁର, ସମିତି ସଭ୍ୟ ଝିଲିମା ପ୍ରଧାନ ପ୍ରମୁଖଙ୍କ ସମେତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ, ବିଡିଓ ଅନୀଲ କୁମାର ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଅନୁଷ୍ଠିତ ସଭାରେ ବିମଳ କୁମାର ନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ଅବସରରେ ପଞ୍ଚାୟତବାସୀ ପାନୀୟଜଳ ଯୋଗାଣ ପାଇଁ ଦାବି କରିବା ସହିତ ବ୍ଲକ୍ ପରିସରରେ ଅତିରିକ୍ତ ତହସିଲଦାର କାର୍ଯ୍ୟାଳୟ, ବସ୍ତିଙ୍ଗିଆରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ମିନିଷ୍ଟାଡିୟମ୍, ବିଏସ୍ଏନ୍ଏଲ୍ଟା ୱାର କାର୍ଯ୍ୟକାରୀ କରିବା ପାଇଁ ଦାବି କରିଥିଲେ ।