ମୋ ସରକାର ଲାଗୁ ପରେ ଆଗ୍ରେସିଭ ମୋଡରେ ମନ୍ତ୍ରୀ ପ୍ରତାପ ଜେନା, ହିତାଧିକାରୀଙ୍କ ସହ କଥା ହୋଇ ବୁଝିଲେ ସମସ୍ୟା

ସିଧାସଳଖ ଫୋନ୍‍ ଯୋଗେ ୧୦ଜଣ ହିତାଧିକାରୀଙ୍କ ମତାମତ ଲୋଡିଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର: ପଞ୍ଚାୟତରାଜ ବିଭାଗରେ ମୋ ସରକାର ଲାଗୁ ହେବା ଦିନ ଠୁ ଆହୁରି ଆଗ୍ରେସିଭ ହୋଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ପାନୀୟ ଜଳଯୋଗଣାରେ ମୋ ସରକାର ଲାଗୁ ହୋଇଛି । ମୋ ସରକାର ଲାଗୁ ପରେ କିପରି ଲୋକେ ସଠିକ ସେବା ପାଇବେ ଓ ସେମାନଙ୍କୁ ବ୍ଲକ କିମ୍ବା କୈଣସି ସରକାରୀ କାର୍ଯ୍ୟାଳୟରେ ଅଯୋଥା ହଇରାଣ ହେବାକୁ ପଡିବ ନାହିଁ ତା ଉପରେ ଗୁରୁତ୍ୱ ଦେଉଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା । ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ବିଭାଗରେ ମୋ ସରାକର ଓ ୫-ଟି ର କାର୍ଯ୍ୟକାରିତା ନେଇ ସିଧାସଳଖ ଲୋକଙ୍କ ସହିତ ଫୋନ୍‍ ଯୋଗେ କଥା ହୋଇଛନ୍ତି । ବ୍ଲକ ଅଫିସ୍‍କୁ ଆସୁଥିବା ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ଓ ବ୍ଲକ କର୍ତ୍ତୃପକ୍ଷଙ୍କ ସହଯୋଗ ନେଇ ମତାମତ ଲୋଡିଛନ୍ତି । ଏହି କ୍ରମରେ ଆଜି ମନ୍ତ୍ରୀ ଶ୍ରୀ ଜେନା ୧୦ଜଣ ହିତାଧିକାରୀଙ୍କ ମତାମତ ଲୋଡିଥିବାବେଳେ ଏହି ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ।

ପଞ୍ଚାୟତିରାଜ ବିଭାଗରେ ମୋ ସରକାର ଲାଗୁହେବ ପ୍ରଥମ ଦିନରେ ପ୍ରଥମ ଛାଟ ପଡିଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ରେ ଜଣେ ବିଡିଓ ଓ ଦୁଇ ଜଣ ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଥିଲା । ଆବାସ ଯୋଜନା ଅନୀୟମିତତା ଅଭିଯୋଗରେ ବୌଦ୍ଧ ହାରଭଙ୍ଗା ବ୍ଲକର ବିଡ଼ିଓ ରବୀନ୍ଦ୍ର ଶତପଥୀଙ୍କୁ ନିଲମ୍ବନ କରାଯାଇଥିଲା । ସେହିପରି  ଆର୍ଥିକ ଅନିୟମିତତା ଆଧାରରେ ବାଲେଶ୍ବର  ସୋର ବ୍ଳକ କେଦାରପୁର ପଂଚୟତର ସରପଞ୍ଚ ଅଭିମନ୍ୟୁ ଜେନା  ଓ ଗଞ୍ଜାମ ଦିଗପହଣ୍ଡି ବ୍ଳକର ଆଙ୍କରୋଡା ପଂଚାୟତ ସରପଞ୍ଚ ଉଷାନ୍ତ ସାହୁଙ୍କୁ ନିଲମ୍ବିତ ହୋଇଥିବା ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଥିଲେ ।