ବାରିପଦାରେ ଜିଲ୍ଲା ସ୍ତରୀୟ ସ୍ବାଧତ୍ନତା ଦିବସରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ପ୍ରତାପ ଜେନା

ବାରିପଦା : ବାରିପଦାରେ ୭୩ତମ ପବିତ୍ର ସ୍ବାଧତ୍ନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆରେ ଏକ ଜିଲ୍ଲା ସ୍ତରୀୟ ସମ୍ମିଳୀତ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ୍ ଏବଂ ପଞ୍ଚାୟତିରାଜ, ପାନୀୟ ଏବଂ ଗୃହମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ ।

ଅଭିଭାଷଣରେ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦେଶ ର ସୁରକ୍ଷା ରେ ଶହିଦ ହୋଇଥତ୍ବା ଶମର ଜବାନ ମାନଙ୍କୁ ଶ୍ରଦ୍ଧାଳି ଜ୍ଞାପନ କରିଥିଲେ। ପରେ ପରେ ଜିଲ୍ଲାସ୍ତରୀୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥତ୍ଲେ ମନ୍ତ୍ରୀ ଶ୍ରୀ ଜେନା । ରିଜର୍ଭ ପୋଲିସ ପଡିଆ ଠାରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ପ୍ୟାରେଡରେ ପୋଲିସ ବିଭାଗ, ହୋମଗାର୍ଡ ଏବଂ ବିଭିନ୍ନ ସ୍କୁଲ କଲେଜରୁ ମୋଟ ୪୯ଟି ଟ୍ରଫ୍ ଅଂଶଗ୍ରହଣ କରିଥିଲେ । ପରେ ପରେ ଏଠାରେ ବିଭିନ୍ନ ଅନୁଷ୍ଠାନ ମାନଙ୍କ ଦ୍ବାରା ରାଙ୍ଗାରଙ୍ଗ କାର୍ଯୟକ୍ରମ ଅନୁଷ୍ଠିତ ହୋଇଥିଲା ।