ସଚିବାଳୟରେ ମନ୍ତ୍ରୀଙ୍କ ଅଫିସରେ ମନ୍ତ୍ର ପାଠ, ଜାଣନ୍ତୁ କାହିଁକି ?

ଭୁବନେଶ୍ବର : ନବୀନ ପଟ୍ଟନାୟକ ସରକାରର ପଞ୍ଚମ ପାଳିର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି ବହୁ ବରିଷ୍ଠ ଓ ନୂଆ ବିଧାୟକ । ତେବେ ମନ୍ତ୍ରୀ ହେବା ପରେ ସରାକାରଙ୍କ ପକ୍ଷରୁ ସେମାନଙ୍କ ବିଭାଗ ବଣ୍ଟନ ସହ ଦପ୍ତର ମଧ୍ୟ...

ଭୁବନେଶ୍ବର : ନବୀନ ପଟ୍ଟନାୟକ ସରକାରର ପଞ୍ଚମ ପାଳିର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି ବହୁ ବରିଷ୍ଠ ଓ ନୂଆ ବିଧାୟକ । ତେବେ ମନ୍ତ୍ରୀ ହେବା ପରେ ସରାକାରଙ୍କ ପକ୍ଷରୁ ସେମାନଙ୍କ ବିଭାଗ ବଣ୍ଟନ ସହ ଦପ୍ତର ମଧ୍ୟ ଆବଣ୍ଟନ ହୋଇଛି । ତେଣୁ ମାହେନ୍ଦ୍ର ବେଳା ଦେଖି ନୂଆ ମନ୍ତ୍ରୀ ମାନେ ନିଜ ତପ୍ତରେ ପୂଜାରଚ୍ଚା କରି ଗୃହ ପ୍ରବେଶ କରିଛନ୍ତି ।

ରିଷ୍ଠ ଖଣ୍ଡନ ,ବାସ୍ତୁଦୋଷ, ନବଗ୍ରହ ଶାନ୍ତି ପାଇଁ ଚାଲିଛି ପୂଜାର୍ଚ୍ଚନା । ସପତ୍ନୀଙ୍କ ସହ ନିଜେ ବିଭାଗୀୟ ମନ୍ତ୍ରୀ କରୁଛନ୍ତି ପୂଜାପାଠ । ନିଜ ଘରେ ନୁହେଁ ସଚିବାଳୟରେ ମନ୍ତ୍ରୀଙ୍କୁ ମିଳିଥିବା ବିଭାଗୀୟ ଦପ୍ତରେ ଚାଲିଛି  ପୂଜା ପାଠ । ବ୍ରାହ୍ଣଣଙ୍କ ମନ୍ତ୍ର ପାଠରେ ମନ୍ତ୍ରୀ କରିଡୋର କମ୍ପୁଛି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା,ଯୋଗାଣ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁ  ଅଫିସ ପ୍ରବେଶ ପୂର୍ବରୁ କୁଳ ପୁରୋହିତ ମାନନଙ୍କୁ ଡାକି ଅଫିସ ଗୃହରେ ହୋମଯଜ୍ଞ କରିଛନ୍ତି । ରାଜ୍ୟବାସୀଙ୍କୁ କିଭଳି ଉତ୍ତମ ସେବା ଯୋଗାଇବେ, ନିଜର ଦାୟୀତ୍ବ କୁ କିଭଳି ଠିକ ଭାବେ ସମ୍ପାଦନା କରିପାରିବେ ସେନେଇ ଭଗବାନଙ୍କ ନିକଟରେ ଆଶିଷ ଭିକ୍ଷା କରିଛନ୍ତି ।

କେବଳ ଏହି ଦୁଇ ମନ୍ତ୍ରୀ ନୁହନ୍ତି,  ନବୀନ ପଟ୍ଟନାୟକ ସରକାରର ପଞ୍ଚମ ପାଳିରେ  ମନ୍ତ୍ରୀ ମଣ୍ଡଳର ବିଭିନ୍ନ ବିଭାଗ ଦାୟୀତ୍ବରେ ଥିବା ମନ୍ତ୍ରୀ ମାନେ ନିଜର ବାସ୍ତୁ ଅନୁସାରେ ଅଫିସ କାନ୍ଥର ରଙ୍ଗ ଓ ଅଫିସ ଆସବାବ ପତ୍ର ଗୁଡିକ କିପରି ହେବା ଆବଶ୍ୟକ ସେନଇ ପଣ୍ଡିତ ନାହାକଙ୍କ ସହ କଥାବାର୍ତ୍ତା କରି ମାହେନ୍ଦ୍ର ବେଳାରେ ଅଫିସ ପ୍ରବେଶ ପାଇଁ ଯୋଜନା କରିଛନ୍ତି ।

Spread the love
Categories
ଓଡିଶା

RELATED BY