ଆଜି ସନ୍ଧ୍ୟାରେ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗିଡ଼ିବାକୁ ଲାଗିଛି । ଚିନ୍ତାରେ ପ୍ରଶାସନ ଏବଂ ରାଜ୍ୟବାସୀ । ଏହି ପରିପେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟାରେ ବସିବ ମନ୍ତ୍ରୀ ପରିଷଦ ବୈଠକ । ରାଜ୍ୟରେ କରୋନା ସ୍ଥିତିକୁ ଦେଖି ମନ୍ତ୍ରୀ ପରିଷଦରେ କିଛି ବଡ଼ ଧରଣର ନିଷ୍ପତ୍ତି ହେବାର ସୂଚନା ମିଳିଛି । ନବୀନ ନିବାସରୁ ଭିଡିଓ କନଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହେବେ। ସେହିପରି ଭୁବନେଶ୍ୱରରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନ ଓ ଜିଲ୍ଲାରେ ଥିବା ଅନ୍ୟମନ୍ତ୍ରୀମାନେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଭିଡିଓ କନ୍‌ଫରେନ୍‌ସିଂ ପ୍ରକୋଷ୍ଠରୁ ସାମିଲ ହେବେ । କରୋନା ସଂକ୍ରମଣ ର ଜଟୀଳ ସ୍ଥିତିକୁ କିପରି ଆୟତ୍ତ କରାଯାଇପାରିବ ସେ ନେଇ ବଡ ନିଷ୍ପତି ହେବାର ସମ୍ଭାବନା ରହିଛି l