ସାଧାରଣତନ୍ତ ଦିବସ; କିଏ କେଉଁଠାରେ ଉଡାଇବେ ପତାକା ଜାଣନ୍ତୁ……

ରାଜଧାନୀରେ ପତାକା ଉତୋଳନ କରିବେ ରାଜ୍ୟପାଳ

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତୋଳନ ସେନେଇ ଗୃହ ବିଭାଗର ନିଷ୍ପତି ପରେ ପ୍ରକାଶ ପାଇଛି ଚୂଡାନ୍ତ ତାଲିକା । ଭୁବନେଶ୍ବରରେ ରାଜ୍ୟପାଳ ରାଜ୍ୟସ୍ତରୀୟ ପରେଡ଼ରେ ଅଭିବାଦନ ଗ୍ରହଣ କରିବେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ବିଭିନ୍ନ ମନ୍ତ୍ରୀ ଭିନ୍ନ ଭିନ୍ନ ଜିଲ୍ଲାସ୍ତରୀୟ ପରେଡ଼ରେ ଯୋଗଦେବା ସହ ଅଭିବାଦନ ଗ୍ରହଣ କରିବା ନେଇ ପ୍ରକାଶ ପାଇଛି ତାଲିକା ।

  • ନିରଞ୍ଜନ ପୂଜାରୀ-କଟକ
  • ବିକ୍ରମ କେଶରୀ ଆରୁଖ-ସୁବର୍ଣ୍ଣପୁର
  • ପ୍ରଫୁଲ୍ଲ ମଲ୍ଲିକ- ସୁନ୍ଦରଗଡ଼
  • ରଣେନ୍ଦ୍ର ପ୍ରତାପ ସ୍ବାଇଁ-ସମ୍ବଲପୁର
  • ପ୍ରତାପ ଜେନା-ପୁରୀ
  • ପଦ୍ମନାଭ ବେହେରା- କେନ୍ଦୁଝର
  • ଅରୁଣ ସାହୁ-ଗଞ୍ଜାମ
  • ସୁଦାମ ମାରାଣ୍ଡି-ବାଲେଶ୍ବର
  • ସୁଶାନ୍ତ ସିଂ- ଅନୁଗୋଳ
  • ନବ ଦାସ- କଳାହାଣ୍ଡି
  • ଟୁକୁନି ସାହୁ- ରାୟଗଡ଼ା
  • ଜଗନ୍ନଥ ସାରକା- ଜଗତସିହଂପୁର
  • ଦିବ୍ୟ ଶଙ୍କର ମିଶ୍ର- ଯାଜପୁର
  • ଅଶୋକ ଚନ୍ଦ୍ର ପଣ୍ଡା- ଢେଙ୍କାନାଳ
  • ସମୀର ରଞ୍ଜନ ଦାଶ-ନୟାଗଡ଼
  • ଜ୍ୟୋତି ପ୍ରକାଶ ପାଣିଗ୍ରାହୀ- ବଲାଙ୍ଗୀର
  • ପ୍ରେମାନନ୍ଦ ନାୟକ- ନବରଙ୍ଗପୁର
  • ରଘୁନାଥ ଦାସ- ମୟୁରଭଞ୍ଜ
  • ପଦ୍ମିନୀ ଦିଆଙ୍ଗ-ଗଜପତି
  • ତୁଷାରକାନ୍ତି ବେହେରା-ମାଲକାନଗିରି

ଗୃହ ବିଭାଗ ନିଷ୍ପତି ଅନୁଯାୟୀ ମୋଟ ୨୦ ଜଣ ମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ପତାକା ଉତୋଳନ କରିବେ । ସେହିପରି ସମ୍ବଲପୁର ଓ ବ୍ରହ୍ମପୁରରେ ରାଜସ୍ବ କମିଶନର କରିବେ ପତାକା ଉତୋଳନ ଏବଂ ଅନ୍ୟ ୧୦ ଜିଲ୍ଲାରେ ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସରେ ପତାକା ଉତୋଳନ କରିବେ ।