ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ

ଭୁବନେଶ୍ଵର : ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ଏ ନେଇ ସେ ଟ୍ଵିଟ କରିଛନ୍ତି। ସେ ଲେଖିଛନ୍ତି ଯେ, ଓଡ଼ିଶାର ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ଦେହାବସାନ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ସେ ସମାଜର ଅବହେଳିତ ଲୋକଙ୍କ ବିକାଶ ପାଇଁ ଉତ୍ସର୍ଗୀକୃତ ଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମାଜିକ କାର୍ଯ୍ୟ ବିଷୟରେ ଅବଗତ ଥିଲେ ଓ ୨୦୧୮ ରେ ତାଙ୍କ କଟକ ଗସ୍ତ ସମୟରେ ବିଶେଷ ଭାବରେ ପ୍ରକାଶ ବାବୁଙ୍କୁ ଆମନ୍ତ୍ରିତ କରି ତାଙ୍କ ସହ ଆଲୋଚନା କରିଥିଲେ । ସ୍ବର୍ଗତ ପ୍ରକାଶ ରାଓ ସଦାସର୍ବଦା ଓଡ଼ିଆଙ୍କ ପାଇଁ ପ୍ରେରଣା ହୋଇ ରହିବେ ବୋଲି ସେ କହିଛନ୍ତି।

ଶୋକସନ୍ତପ୍ତ ପରିବାର ବର୍ଗକୁ ସମେବଦନା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

minister dharmendra pradhan p mourns the death of padma shri d prakash rao