ଷ୍ଟେଟ୍ ଲିଷ୍ଟ୍ ଆଧାରରେ ପଛୁଆ ଜାତିଙ୍କୁ ସଂରକ୍ଷଣ ଦିଅନ୍ତୁ ଓଡିଶା ସରକାର -ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟସଭାରେ୧୨୭ତମ ସମ୍ବିଧାନ ସଂଶୋଧନ ବିଧେୟକ ଆଲୋଚନାରେ କେନ୍ଦ୍ରମନ୍ତ୍ରୀଙ୍କ ବକ୍ତବ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର :  କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିବା ବେଳେ ଓଡ଼ିଶାରେ ରାଜ୍ୟ ସରକାର ଏହି ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ନ ଦେଇ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ଦାବୀ କରିବା ଅମୂଳକ । ଓଡ଼ିଶା ଏକମାତ୍ର ରାଜ୍ୟ ଯେ ସମ୍ଭବତଃ ଷ୍ଟେଟ୍ ଲିଷ୍ଟ୍ ଆଧାରରେ ପଛୁଆ ଜାତିଙ୍କୁ ସଂରକ୍ଷଣ ଦେଇନାହିଁ । ତେଣୁ ଓଡିଶା ସରକାର ଷ୍ଟେଟ୍ ଲିଷ୍ଟ୍ ଆଧାରରେ ପଛୁଆ ଜାତିଙ୍କୁ ସଂରକ୍ଷଣ ଦିଅନ୍ତୁ ବୋଲି ରାଜ୍ୟସଭାରେ ୧୨୭ତମ ସଂଶୋଧନ ବିଧେୟକ ଆଲୋଚନାରେ ବକ୍ତବ୍ୟ ରଖି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ସଂସଦରେ ଏକ ପଦ୍ୟରେ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ଉଦ୍ଦେଶ୍ୟକୁ ବର୍ଣ୍ଣନା କରିଛନ୍ତି ଯେ “ଯବ୍ ହୋସଲା ବନାଲିଆ ହୈ ଉଚ୍ଚି ଉଡାନ କା, ତବ୍ ଦେଖନା ଫିଜୁଲ ହୈ କଦ୍ ଆସମାନ କା” ।

 ରାଜ୍ୟ ସରକାର ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭% ସ୍ଥାନ ସଂରକ୍ଷଣ ନଦେଇ ପଛୁଆ ବର୍ଗଙ୍କ ପାଇଁ ୫୦% ରୁ ଅଧିକ ସ୍ଥାନ ସଂରକ୍ଷଣ ଦାବୀ ଅମୂଳକ
 କେନ୍ଦ୍ର କୋର୍ଟରେ ବଲ୍ ଫିଙ୍ଗି କେନ୍ଦ୍ର ଉପରେ ଦୋଷ ଲଦିବା ଏବଂ ରାଜ୍ୟରେ ଓବିସି ତାଲିକା ନଥିବାରୁ ସଂରକ୍ଷଣ ଦେଇନପାରିବା ତଥ୍ୟ ଆଧାରିତ ନୁହେଁ
 ଓଡିଶା ସରକାର ମଣ୍ଡଳ କମିଶନ ଲାଗୁ ନ କରିବା ପାଇଁ କାହିଁକି ସୁପ୍ରିମକୋର୍ଟକୁ ଆସିଥିଲେ?
 ରାଜ୍ୟ ସରକାର ସାଙ୍କେତିକ ଭାବରେ ଓବିସି ଓ ଏସଇବିସିଙ୍କୁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ପରେ ମାନ୍ୟବର ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରୀ କରିଥିଲେ
 ତେବେ ପ୍ରଶ୍ନ ଉଠୁଛି ହାଇକୋର୍ଟର ରହିତାଦେଶ ବିରୁଦ୍ଧରେ ମାନ୍ୟବର ସୁପ୍ରିମକୋର୍ଟକୁ ଯିବା ପାଇଁ ରାଜ୍ୟ ସରକାରଙ୍କୁ କିଏ ମନା କରିଥିଲା ?
 “ଯବ୍ ହୋସ୍‌ଲା ବନାଲିଆ ହୈ ଉଚ୍ଚି ଉଡାନ କା, ତବ୍ ଦେଖନା ଫିଜୁଲ ହୈ କଦ୍ ଆସ୍‌ମାନ କୋ” – ଭାରତ ସରକାରଙ୍କ ଉଦ୍ଦେଶ୍ୟ
ରାଜ୍ୟ ସରକାର ସାଙ୍କେତିକ ଭାବରେ ଓବିସି ଓ ଏସଇବିସିଙ୍କୁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ପାଇଁ ନିଷ୍ପତି ନେଇଥିଲେ । ପରବର୍ତୀ ପର୍ଯ୍ୟାୟରେ ମାନ୍ୟବର ହାଇକୋର୍ଟରେ ଏହା ବିରୁଧରେ ଏକ ମାମଲା ଦାୟର ହୋଇଥିଲା ଏବଂ ମାନ୍ୟବର ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରୀ କରିଥିଲେ ।
ତେବେ ପ୍ରଶ୍ନ ଉଠୁଛି ହାଇକୋର୍ଟର ରହିତାଦେଶ ବିରୁଦ୍ଧରେ ମାନ୍ୟବର ସୁପ୍ରିମକୋର୍ଟକୁ ଯିବା ପାଇଁ ରାଜ୍ୟ ସରକାରଙ୍କୁ କିଏ ମନା କରିଥିଲା ?
ଶ୍ରୀ ପ୍ରଧାନ କହିଛନ୍ତି ଯେ ୯୦ ଦଶକରେ ମଣ୍ଡଳ କମଶନ ଲାଗୁ ହେବା ସମୟରେ ବିଜେଡ଼ି ସାଂସଦ ସେତେବେଳେ ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ସେହି ସମୟରେ ଓଡ଼ିଶା ଏକମାତ୍ର ରାଜ୍ୟ ଥିଲା ଯେ ମଣ୍ଡଳ କମିଶନ ଲାଗୁ ନ କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଆସିଥିଲା । ସେହି ସମୟରେ ଓବିସି ତାଲିକା ହେବାର ମଧ୍ୟ ନିଷ୍ପତି ହୋଇଥିଲା । ତେବେ ଆଜି ସେହି ଦଳର ପ୍ରତିନିଧି ଆଜି କହୁଛନ୍ତି ଆମେ ଓବିସି ଓ ଏସଇବିସି ବର୍ଗଙ୍କୁ ସଂରକ୍ଷଣ ଦେବା ପାଇଁ ପ୍ରସ୍ତୁତ । ମାତ୍ର କେନ୍ଦ୍ର ଆମର ହାତ ବାନ୍ଧିଥିବା କଥା କହୁଛନ୍ତି । ରାଜ୍ୟରେ ବହୁସଂଖ୍ୟକ ସମାଜ ଓବିସି ବର୍ଗ ତାଲିକା ନାହିଁ କହି ସଂରକ୍ଷଣ ୫୦ ପ୍ରତିଶତ ଉପରକୁ କିଭଳି ଦିଆଯିବ ପ୍ରଶ୍ନ କରୁଛନ୍ତି । କେନ୍ଦ୍ର କୋର୍ଟରେ ବଲ୍ ଫିଙ୍ଗି ଓଡିଶା ସରକାର କେନ୍ଦ୍ର ଉପରେ ଦୋଷ ଲଦିବା ଏବଂ ରାଜ୍ୟରେ ଓବିସି ତାଲିକା ନଥିବାରୁ ସଂରକ୍ଷଣ ଦେଇନପାରିବା ତଥ୍ୟ ଆଧାରିତ ନୁହେଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଜାତି, ଜନଗଣନା ଏବଂ ରିଭୋନାରୀ ପ୍ରକ୍ରିୟା । ଅନେକ ରାଜ୍ୟ ଏହାକୁ ଆଧାର ମାନିଛନ୍ତି । ଅନେକ ରାଜ୍ୟ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ଦେଉଥିଲେ । ବିହାର, ତାମିଲନାଡ଼ୁ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ତେଲେଙ୍ଗାନା, ମଧ୍ୟପ୍ରଦେଶ, ପଣ୍ଡିଚେରୀ ଭଳି ରାଜ୍ୟ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣକୁ ଦେଇସାରିଛନ୍ତି । ଓଡ଼ିଶାରେ ୫୨ ପ୍ରତିଶତ ପଛୁଆ ଜାତି ଥିବା ବେଳେ ତାଲିକା କହିଁକି ନାହିଁ ? ଇନ୍ଦ୍ରା ସ୍ୱହନୀ ଓ ଭାରତ ସରକାରଙ୍କ କେସ୍ ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ ବିଶେଷ ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ନିଦ୍ଦିଷ୍ଟ ସୀମା ଠାରୁ ଅଧିକ ହୋଇପାରିବ ବୋଲି ରାୟ ପ୍ରକାଶ କରିଥିଲେ । ଓଡ଼ିଶା ଏକମାତ୍ର ରାଜ୍ୟ ଯେ ଷ୍ଟେଟ୍ ଲିଷ୍ଟ୍ ଆଧାରରେ ପଛୁଆ ଜାତିଙ୍କୁ ସଂରକ୍ଷଣ ଦେଇନାହିଁ । ତେବେ କେନ୍ଦ୍ର ଉପରେ ରାଜ୍ୟ ସରକାର ଯେଉଁ ସଂରକ୍ଷଣ ପ୍ରସଙ୍ଗରେ ଦୋଷ ଲଦୁଛନ୍ତି ତାହା ତଥ୍ୟ ଆଧାରରେ ଅମୂଳକ । ବିରୋଧୀଙ୍କ ସଂରକ୍ଷଣ ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମଣ୍ଡଳ କମିଶନ ଲାଗୁ ହେବା ପରେ ମଧ୍ୟ କଂଗ୍ରେସ ଶାସନରେ କେନ୍ଦ୍ରୀୟ ସ୍ତରରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଲାଗୁ ହୋଇନଥିଲା ବରଂ ରାଜ୍ୟରେ ଲାଗୁ ହୋଇଥିଲା । ତେବେ କେନ୍ଦ୍ରରେ ସ୍ଥାନ ସଂରକ୍ଷଣ ଲାଗୁ ହେବା ସମୟରେ ସ୍ଥାନ ସଂରକ୍ଷଣ ସଠିକରେ କ୍ରିୟାନ୍ୱୟନ ହେବାର ଆବଶ୍ୟକତା ରହିଥିଲା । କେନ୍ଦ୍ରୀୟ ବିଦ୍ୟାଳୟରେ ଓବିସିଙ୍କୁ ସ୍ଥାନ ସଂରକ୍ଷଣ ଦେବାକୁ କିଏ ମନେକରିଥିଲା?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି କିଛି ନିର୍ଣ୍ଣୟ କରନ୍ତି ସମସ୍ତଙ୍କ ସମାନ ଅଧିକାରକୁ ଦେଇ ନିର୍ଣ୍ଣୟ ନିଅନ୍ତି । ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ ଆମ ସରକାରଙ୍କ ନୀତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଟା ଲାପ୍ସ ନକରିବା ନେଇ ବଡ ପଦକ୍ଷେପ ନେଇଥିଲେ । ମୋଦି ସରକାରଙ୍କ ନିଷ୍ପତି କ୍ରମେ ୨୦୧୪ରୁ ୧୧,୨୬୨ ଏଲପିଜି ଡ଼ିଷ୍ଟ୍ରିବୁଟର ଦିଆଯାଇଛି । ତନ୍ମଧ୍ୟରୁ ଏସସି ଏସଟିଙ୍କୁ ନିଜର ଅଧିକାର ଦିଆଯିବା ସହ ୨୮୫୨ ଜଣ ଓବିସି ଯୁବକଙ୍କୁ ରୋଜଗାର ପାଇଁ ଏଲପିଜି ଡ଼ିଷ୍ଟ୍ରିବୁଟର ଦିଆଯାଇଛି । ୭,୮୮୮ ଓବିସି ବର୍ଗଙ୍କୁ ପେଟ୍ରୋଲ ପମ୍ପଙ୍କୁ ଦିଆଯାଇଛି । ନରେନ୍ଦ୍ର ମୋଦି ଯାହା କୁହନ୍ତି ତାହା କରନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

minister dharmendra pradhan discussion on obc issue in rajaya shabha