ପୋଲିସକୁ ଆକ୍ରମଣ ଭିଯୋଗରେ ମନ୍ତ୍ରୀ ପୁଅ ଗିରଫ

ଭୁବନେଶ୍ୱର : କର୍ତ୍ତବ୍ୟ ରତ ପୋଲିସଙ୍କୁ ଆକ୍ରମଣ କରିବା ଅଭିଯୋଗରେ ମନ୍ତ୍ରୀ ପୁଅ ଗିରଫ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କୁ ଏହି ଅଭିଯୋଗରେ ଗିରଫ କରିଛି ପୋଲିସ । ଛତିଆ ଟାଙ୍ଗି ଅଞ୍ଚଳରୁ ପୋଲିସ ଦେବାଶିଷଙ୍କୁ ଗିରଫ କରିଛି । ଗତ କାଲି ମନ୍ତ୍ରୀଙ୍କ ଅଞ୍ଚଳ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ର ପୋଦନା ଗାଁକୁ ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇଥିଲା ପୋଲିସ । ହେଲେ ଏହାକୁ ବିରୋଧ କରି ପୋଲିସ ଉପରେ ମନ୍ତ୍ରୀଙ୍କ ପୁଅ ସମେତ ଆଉ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋିଥିଲା । ଏହି ଅଭିଯୋଗ ଆଧାରରେ ପୋଲିସ ଆଠ ଜଣଙ୍କ ନାଁରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିଲା । ତେବେ ଦେବାଶିଷଙ୍କ ଗିରଫ ପରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚଢାଉ କରିଛି କେନ୍ଦୁଝର ପୋଲିସ ବୋଲି ସୂଚନା ମିଳିଛି ।