ପରି ମୃତ୍ୟୁ ଘଟଣାରେ ଯିଏ ବି ଦୋଷୀ ସେ ଦଣ୍ଡ ପାଉ,ଘଟଣାର ରାଜନୀତିକରଣ ନ ହେଉ : ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ବର:  ‘ପରୀ’ ହତ୍ୟା ଘଟଣାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି ବିଧାନସଭାରେ ବିବୃତ୍ତି ରଖିଛନ୍ତି। ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ‘ପରୀ’ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି, ଗଭୀର ମର୍ମାହତ। ହିଂସାକୁ ବିରୋଧ କରେ, କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ବାଗତ କରୁଛି। ପରି ମୃତ୍ୟୁ ଘଟଣାରେ ଯିଏ ବି ଦୋଷୀ ସେ ଦଣ୍ଡ ପାଉ। ‘ପରୀ’ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ।  ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦିଆଯାଇଛି। ପରି ପରିବାରକୁ ନ୍ୟାୟ ମିଳିବ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଏ ଘଟଣାର ରାଜନୀତିକରଣ ନ ହେଉ ବୋଲି ସେ କହିଛନ୍ତି ।

ପରି ମୃତ୍ୟୁ ଘଟଣା । ଉତ୍ତର ଦେବାକୁ ବାଚସ୍ପତି ରୁଲିଂ ଦେଇଥିଲେ । ରୁଲିଂ ପରେ ଗୃହରେ ବିବୃତି ରଖିଲେ କୃଷିମନ୍ତ୍ରୀ ଅରୁଣ ସାହୁ।