ଭୁବନେଶ୍ୱର : ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାର ତଦନ୍ତ ଜାରି ରଖିଛି SIT। ଏବେ ଏହି ମାମଲାକୁ ନେଇ ମୁହଁ ଖୋଲିଛନ୍ତି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ।ବୁଧବାର ଗଣମାଧ୍ୟମ ସମ୍ମୁଖରେ ମନ୍ତ୍ରୀ କହିଛନ୍ତି ପରୀ ଗୋଟିଏ ଛୋଟ ଝିଅ, ତେଣୁ ଏହି ଘଟଣାକୁ ନେଇ ରାଜନୀତି ନକରାଯାଉ । ଭଗବାନ କରନ୍ତୁ ପରୀକୁ ନ୍ୟାୟ ମିଳୁ ଓ ହତ୍ୟାକାରୀକୁ ଉଚିତ ଦଣ୍ଡ ମିଳୁ ।ଏହାସହ ସତ୍ୟ ଉନ୍ମୋଚନ ହେଉ ବୋଲି କହିଛନ୍ତି ଅରୁଣ ସାହୁ।
ସୂଚନାଯୋଗ୍ୟ, ନୟାଗଡ଼ ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାରେ SIT ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାମ ସରୋଜ ସେଠୀ । ସେହି ପରୀକୁ ହତ୍ୟା କରିଛି ବୋଲି ଗତକାଲି ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସ୍ମିଟ ଜରିଆରେ ସୂଚନା ଦେଇଥିଲେ । ଏସ୍ଆଇଟି ମୁଖ୍ୟ ପ୍ରେସ୍ମିଟ୍ରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରୁ ରହସ୍ୟ ପରଦା ହଟାଇଥିଲେ । ଅଭିଯୁକ୍ତଙ୍କ ଜଣଙ୍କ ପରୀକୁ ତଣ୍ଟିଚିପି ହତ୍ୟା କରିଛି । ଏବେ ହତ୍ୟା ପରେ ମୃତଦେହ ଯୌନ ସଂପର୍କ ରଖିଥିଲା । ପରେ ମୃତଦେହକୁ ଲୁଚାଇବା ପାଇଁ ନିକଟରେ ଥିବା ପୋଖରୀ ହୁଡ଼ାରେ ପକାଇଦେଇଥିଲା । ସ୍ଥାନୀୟ ଲୋକ କାଳେ ମୃତଦେହକୁ ଦେଖିଦେବେ, ସେଥିପାଇଁ ମୃତଦେହ ଉପରେ ନଡିଆ ବାହୁଙ୍ଗା ପକାଇଦେଇଥିଲେ । ଯାହାକୁ ଏସ୍ଆଇଟି ଜବତ କରିଛି ।
ଗିରଫ କରିବା ପରେ ଅଭିଯୁକ୍ତକୁ ତିନିଦିନିଆ ରିମାଣ୍ଡରେ ନେଇଛି। ଅଭିଯୁକ୍ତ କିପରି ନାବାଳିକାକୁ ହତ୍ୟା କରିଥିଲା, ସେ ନେଇ ମଙ୍ଗଳବାର SIT ମୁଖ୍ୟ ଅରୁଣ ବୋଥ୍ରା ବିସ୍ତୁତ ବିବରଣୀ ରଖିଥିଲେ। ଗତ ରାତିରେ ଗାଁ ପୋଖରୀକୁ ଶୁଖାଯାଇ ସେଥିରୁ ନାବାଳିକାର ଲେଗିଙ୍ଗସ୍ ମିଳିଥିଲା।