ଲଜ୍ଜା : ଚକୋଲେଟ ଲୋଭ ଦେଖାଇ ୟୁକେଜି ଛାତ୍ରୀଙ୍କୁ ଦୁଷ୍କର୍ମ କଲା ସ୍କୁଲ କର୍ମଚାରୀ

ହାଇଦ୍ରାବାଦ : ପୁଣି ଲଜ୍ଜା । ୫ ବର୍ଷର ଶିଶୁକୁ ବି ଛାଡିଲେନି । ୟୁକେଜିରେ ପଢୁଥିବା ଶିଶୁକୁ ସ୍କୁଲ ଭିତରେ ଦୁଷ୍କର୍ମ । ସ୍କୁଲର ଖାଇବା ଛୁଟିରେ ଚକୋଲେଟ ଲୋଭ ଦେଖାଇ ଦୁଷ୍କର୍ମ କରିଛି ସ୍କୁଲର ଜଣେ କର୍ମଚାରୀ ପୋଲି ପୋଲିସ ସୂଚନା ଦେଇଛି ।ଏମିତି ଘଟଣା ଘଟିଛି ହାଇଦ୍ରାବାଦରେ ।

ଖବର ଅନୁସାରେ ସ୍କୁଲର ବ୍ରେକ (ଟିଫିନ ଛୁଟିରେ )   ଅଭିଯୁକ୍ତ କର୍ମଚାରୀ ଚୋକୋଲେଟର ଲୋଭ ଦେଖାଇ ଶିଶୁକୁ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲା ।  ସେଠାରେ ତାକୁ ଦୁଷ୍କର୍ମ କରିଥିଲା। ଶିଶୁଟି ଘରେ ପହଞ୍ଚି ପରିବାରଲୋକଙ୍କୁ ପେଟ ଯନ୍ତ୍ରଣା ବିଷୟରେ କହିଥିଲା। ପରିବାରଲୋକେ ଶିଶୁଟିର ରକ୍ତସ୍ରାବ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ଦୁଷ୍କର୍ମକାରୀ ବିରୋଧରେ ଆଇପିସିର ଧାରା ଓ ପୋକ୍ସୋ ଆକ୍ଟ ଜରିଆରେ ମାମଲା ରୁଜୁ କରାଯାଇଛି।

ସ୍ଥାନୀୟଲୋକଙ୍କୁ ଏହି ଘଟଣା ବିଷୟରେ ଜଣାପଡ଼ିବା ପରେ ସେମାନେ ହଙ୍ଗମା ଆରମ୍ଭ କରି ଦେଇଥିଲେ। ପୀଡିତାର ପରିବାରବର୍ଗ ସହିତ ସ୍ଥାନୀୟଲୋକେ ସ୍କୁଲ ପହଞ୍ଚି ପଥରମାଡ ଆରମ୍ଭ କରି ଦେଇଥିଲେ। ମେଡିକାଲ ଯାଞ୍ଚ ପାଇଁ ଶିଶୁକୁ ହସ୍‌ପିଟାଲ ପଠାଇ ଦିଆଯାଇଛି। ଉତ୍ତେଜିତ ଲୋକଙ୍କୁ କାବୁ କରିବା ପାଇଁ ସ୍କୁଲ ପରିସରରେ ଧାରା ୧୪୪ ଲାଗୁ କରାଯାଇଛି।