ବୃଦ୍ଧକାଳେ ଚର୍ତୁର ଗୁଣା.. , ଚକୋଲେଟ ଦେବାକୁ କହି ଶିଶୁ କନ୍ୟାକୁ ଦୁଷ୍କର୍ମ କଲା ୭୨ ବର୍ଷ ବୁଢା

ଯାଜପୁର : ଟକୋଲେଟ ଦେବାକୁ ଡାକି ନେଇ ଜଣେ ୭ ବର୍ଷର ଶିଶୁ କନ୍ୟାକୁ ଦୁଷର୍କର୍ମ କଲା ୭୨ ବର୍ଷର ବୁଢା । ଏମିତି ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳରେ । ଯାଜପୁର ରୋଡ଼ ଥାନାରେ ଅଭିଯୋଗ ହୋଇଛି। ଏହି ଲଜ୍ଜାଜନକ ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି।

ଘଟଣାରୁ ପ୍ରକାଶ ଯେ ବ୍ୟାସନଗରରେ ରହୁଥିବା ସୋର ଅଞ୍ଚଳର ୭୨ ବର୍ଷର ବୃଦ୍ଧ ଶଶଧର ବାରିକ ଜଣେ ୭ବର୍ଷର ଶିଶୁ କନ୍ୟାକୁ ଚକଲେଟ୍‌ ଦେବାକୁ କହି ଘର ଭିତରେ ଦୁଷ୍କର୍ମ କରିଥିବା ନେଇ ଶିଶୁ କନ୍ୟାର ବଡ଼ ଭଉଣୀ ଥାନାରେ ଅଭିଯୋଗ କରିଛି। ଥାନା ଅଧିକାରୀ ଅମିତାଭ ମହାପାତ୍ର ଅଭିଯୋଗ ପାଇବାପରେ ଚଢଉ କରି ୭୨ ବର୍ଷର ବୃଦ୍ଧ ଶଶଧରଙ୍କୁ ଗିରଫ କରିଛନ୍ତି।