ଯାତ୍ରା ଦେଖିବାକୁ ଡାକି ନେଇ ୨ ନାବାଳିକାଙ୍କୁ ଜଙ୍ଗଲରେ ଦୁଷ୍କର୍ମ

ବଣେଇ : ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ସୁନ୍ଦରଗଡ଼ ଚାନ୍ଦିପୋଷ ଥାନା ଏରଗଡାରେ ୨ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଯାତ୍ରା ଦେଖି ଫେରୁଥିବା ବେଳେ ଜଙ୍ଗଲକୁ ଟେକିନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ୨ ପରିବାର ପକ୍ଷରୁ ଚାନ୍ଦିପୋଷ ଥାନାରେ ଏତଲା ଦିଆଯାଇଛି । ପୀଡିତାଙ୍କୁ ପଚରାଉଚରା କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ ।
ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦପୋଷ ଥାନା ଅଞ୍ଚଳରେ ଗତକାଲି ଯାତ୍ରା ଦେଖାଇବାକୁ କହି କେତେକ ଯୁବକ ଦୁଇଜଣ ନାବାଳିକାଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ପରେ ସେମାନେ ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ନାବାଳିଦ୍ୱୟଙ୍କୁ ଜୋର ଜବରଦସ୍ତ ଜଙ୍ଗଲ ଭିତରୁ ନେଇ ଯାଇଥିଲେ। ପରେ ସେମାନଙ୍କ ସହିତ ସେହି ଜଙ୍ଗଲ ଭିତରେ ଦୁର୍ବୃତ୍ତମାନେ ଦୁଷ୍କର୍ମ କରିଥିଲେ। ପରେ ଏ ନେଇ ନାବାଳିକା ଦ୍ୱୟ ଘରକୁୂ ଫେରି ପରିବାର ଲୋକଙ୍କୁ କହିବାରୁ ଆଜି ସକାଳେ ପରିବାର ଲୋକଙ୍କ ସହିତ ଚାନ୍ଦିପୋଷ ଥାନାକୁ ଆସି ନାବାଳିକା ଦ୍ୱୟ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନେ ଚାନ୍ଦିପୋଷ ଥାନା ଅନ୍ତର୍ଗତ ଏରେଗେଡ଼ା ଗ୍ରାମର ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ତେବେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।