ସ୍ତ୍ରୀ ଆଗରେ ନାବାଳିକାକୁ ଦୁଷ୍କର୍ମ କଲା ସ୍ୱାମୀ, ଦେଖଣା ହାରୀ ସ୍ତ୍ରୀ ବିରୋଧ ନକରି ଓଲଟା ପିଡୀତା ପରିବାରକୁ ଦେଲା ଧମକ

ଇନ୍ଦୋର : ସ୍ତ୍ରୀ ଆଗରେ ଜଣେ ୧୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରୁଥିଲା ସ୍ୱାମୀ । ହେଲେ ନିଜ ସ୍ୱାମୀକୁ ବିରୋଧ କରିବା ପରିବର୍ତେ ସ୍ତ୍ରୀ ସ୍ୱାମୀର ମରଦ ପଣିଆକୁ ଉପଭୋଗ କରୁଥିଲା । ଏମିତିକି ସ୍ୱାମୀ ସପକ୍ଷରେ ପୀଡିତା ପରିବାରକୁ ଧମକ ଚମକ ଦେଇ ଆକ୍ରମଣ କରିବାକୁ ବି ପଛାଇ ନଥିଲା । ପୀଡିତାଙ୍କ ମାଙ୍କୁ ଧମକ ଦେଇ ସ୍ତ୍ରୀ କହିଥିଲା ଥାନରେ ଜଣାଇଲେ ଭଲ ହେବନି ତମର ଆଉ ଦୁଇ ଝିଅ ଅଛନ୍ତି କଣ ହେବ ତାଙ୍କ ଅବସ୍ଥା । ଏମିତି କହି ପୀଡିତାଙ୍କ ଭଉଣୀ ଓ ମାକୁ ଅଭିଯୁକ୍ତ ସ୍ୱାମୀଙ୍କ ପତ୍ନୀ ମାଡ ମାରିଥିବା ଯୋଗୁ ଦୁହେଁ ଡାକ୍ତରଖାନାରେ ଚିକିତ୍ସିତ ହେୁଛନ୍ତି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି

ମଧ୍ୟପ୍ରଦେଶର ହୀରା ନଗରରେ ଘଟିଛି ଘଟଣା। ଠିକାଦାର ଭାବେ କାମ କରୁଥିବା ଧର୍ମେନ୍ଦ୍ର ପଡ଼ୋଶୀ ଘରେ ରହୁଥିବା ପୀଡ଼ିତାଙ୍କୁ ପ୍ରଥମେ କ୍ଷୀର ନେଇ ଆସିବା ପାଇଁ କହିଥିଲେ । ପୀଡ଼ିତା କ୍ଷୀର ନେଇ ଆସିବା ପରେ ଘରର କବାଟ ବନ୍ଦ କରିଦେବା ସହ ଦୁଷ୍କର୍ମ କରିଥିଲେ ଧର୍ମେନ୍ଦ୍ର । ଏହି ସମୟରେ ତାଙ୍କ ସ୍ତ୍ରୀ ଉପସ୍ଥିତ ଥାଇ ମଧ୍ୟ ସେ କିଛି କହି ନଥିଲେ । ପୀଡ଼ିତାଙ୍କ ବଡ଼ ଭଉଣୀ ତାଙ୍କୁ ଖୋଜି ଖୋଜି ଆସିବା ପରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇଥିବା ଜାଣି ପାରିଥିଲେ । ନିଜ ଭଉଣୀକୁ ନେଇ ଘରକୁ ଆସିବା ପରେ ଅଭିଯୁକ୍ତଙ୍କ ସ୍ତ୍ରୀ ଏବଂ ତାଙ୍କ ମା’ ପୀଡ଼ିତାଙ୍କ ଘରକୁ ଆସି ପୀଡ଼ିତାଙ୍କ ବଡ଼ ଭଉଣୀ ଏବଂ ତାଙ୍କ ମା’ଙ୍କୁ ମାଡ଼ ମାରଥିଲେ । ଏହା ସହ ଯଦି ପୁଲିସରେ ଅଭିଯୋଗ କର ତେବେ ତୁମର ଆଉ ଦୁଇଟି ଝିଅ ସହ ବି ଏପରି ହେବ ବୋଲି ଧମକ ଦେଇଥିଲେ । ପରେ ସୁରକ୍ଷା ପାଇଁ ପଡ଼ୋଶୀଙ୍କ ସାହାଯ୍ୟ ନେଇ ପୀଡ଼ିତାଙ୍କ ପରିବାର ଲୋକେ ଡ଼ିଆଇଜିଙ୍କ ପାଖରେ ପହଞ୍ଚିବା ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି ।