ନିଜ ଘରେ ନାବାଳିକାକୁ ଦୁଷ୍କର୍ମ ପାଇଁ ୪ ଜଣ ଯୁବକଙ୍କୁ ସୁଯୋଗ ଦେଇଥିଲେ ମହିଳା, ପୀଡିତା ଗର୍ଭବତୀ, କି ଦଣ୍ଡ ପାଇଲେ ମହିଳା ?

ଫୁଲନଖରା : ନିଜ ଘରେ ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ ପାଇଁ ଅନୁମତି ଦେଇ ଅଡୁଆରେ ପଡିଛନ୍ତି ଜଣେ ମହିଳା । ଏମିତି ଅଭିଯୋଗରେ କଟକ ସଦର ଥାନା ପୁଲିସ ଜଣେ ମହିଳାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।
ଘଟଣାରୁ ପ୍ରକାଶ ଯେ, ସଦର ଥାନା ଅନ୍ତର୍ଗତ ଉତ୍ତର ଗବବସ୍ତ ଗ୍ରାମର ସବାନା ବେଗମ ନିଜ ଘରେ ସେହି ଗ୍ରାମର ଜନୈକା ନାବାଳିକାକୁ ଦୁଷ୍କର୍ମ ପାଇଁ ୪ ଯୁବକଙ୍କୁ ପ୍ରଶ୍ରୟ ଦେଇଥିଲେ । ଗତ ମେ ୨୨ ତାରିଖରେ ୪ ଜଣ ଯୁବକ ଜନୈକା ନାବାଳିକାଙ୍କୁ ସବାନାଙ୍କ ଘରେ ଗଣ ବଳାକ୍ରାର କରିଥିଲେ । ଘଟଣା ବିଷୟରେ ଥାନାରେ ଅଭିଯୋଗ ହେବାପରେ ପୁଲିସ ଏକ ମାମଲା(ନଂ.୧୯୦/୨୦୧୮) ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଏଥିରେ ସମ୍ପୃକ୍ତ ୪ ଜଣ ଯୁବକଙ୍କୁ ପୂର୍ବରୁ ଗିରଫ କରାଯାଇଥିଲାବେଳେ ସମ୍ପୃକ୍ତ ମହିଳା ଫେରାର ଥିଲେ । ତେବେ କୌଣସି ସୂତ୍ରରୁ ଖବରପାଇ ପୁଲିସ ସବାନାକୁ ଗବବସ୍ତ ଗ୍ରାମରୁ ଗିରଫ କରିଛି । ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୁଧାଂଶୁ ଭୂଷଣ ଜେନା କହିଛନ୍ତି । ସୂଚନାଯୋଗ୍ୟ, ଗଣ ବଳାକ୍ରାରର ଶିକାର ହୋଇଥିବା ନାବାଳିକା ଏବେ ଅନ୍ତଃସତ୍ତ୍ୱା ଥିବା କୁହାଯାଉଛି ।