ଗବ ବିଲରେ ୧୧ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ନବମ ଶ୍ରେଣୀ ଛାତ୍ର

ଗୁଜୁରାଟ : ଜଣେ ୧୧ ବର୍ଷର ନବାଳିକା ଦୁଷ୍କର୍ମର ଶୀକାର ହୋଇଛି । ତାହା ପୁଣି ଜଣେ ନବମ ଶ୍ରଣୀର ଛାତ୍ର ଦ୍ୱାରା । ଏମିତି ଅଭିଯୋଗ ଆସିଛି ଗୁଜୁରାଟର ପାଲନପୁରରେ । ପୋଲିସରେ ଏନେଇ ୍ଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଭିୟୁକ୍ତ ଜଣଙ୍କ ନାବାଳକ ହୋଇଥିବାରୁ ପୋଲିସ ଅଟକ ରଖି ତଦନ୍ତ କରୁଥିବା ସୂଚନା ମିଳିଛି ।
ବୁଧବାର ସନ୍ଧ୍ୟାବେଳେ ଦନ୍ତ ତହସିଲ୍‌ ଅନ୍ତର୍ଗତ ଏକ ଗ୍ରାମରେ ଘଟଣା ଘଟିଥିବା କଥା ପୁଲିସ ଇନ୍‌ସ୍‌ପେକ୍ଟର୍‌ ବି କେ ଗୋସ୍ୱାମୀ କହିଛନ୍ତି।
ସେ କହିଛନ୍ତି: ବାଳକ ଓ ବାଳିକା ଦୁହେଁ ପଡ଼ିଶା। ଗତ ସନ୍ଧ୍ୟାରେ ଶୁଖିଲା ଶାଗୁଆନ୍‌ ପତ୍ର ଗୋଟାଇବା ବାହାନାରେ ବାଳକଟି ସେ ବାଳିକାକୁ ଏକ ଗବ ବିଲକୁ ନେଇ ଯାଇ ସେଠାରେ ତା’ ସହ ଦୁଷ୍କର୍ମ କରିଥିଲା
ଝିଅର ପିତାମାତା ଘଟଣା ସଂକ୍ରାନ୍ତରେ ରିପୋର୍ଟ କରିବା ପରେ, ପୁଲିସ ଆଇପିସି ୩୭୬ ଏବଂ ପୋକ୍‌ସୋ ଆଇନ ବଳରେ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରିଥିଲା।
ଅଭିଯୁକ୍ତ ନାବାଳକ ହୋଇଥିବାରୁ ପୁଲିସ ତାକୁ ଗିରଫ ନ କରି ପଚରା ଉଚୁରା ପାଇଁ ହାଜତକୁ ନେଇଛି।

୨୪ ଘଣ୍ଟା ରଖି ନାବାଳିକାକୁ ଦୁଷ୍କର୍ମ କଲେ ୪ ଦୁର୍ବୃତ୍ତ , ପରେ ଗାଧୋଇ ଦେବା ସହ ନୂଆ ପୋଷାକ ପିନ୍ଧାଇ ପୀଡିତାକୁ ଛାଡିଦେଲେ