ବିବାହ ପ୍ରତିଶ୍ରୁତି ଦେଇ ନାବାଳିକ ସହ ଶାରୀରିକ ସମ୍ପର୍କ ରଖି ଅପହରଣ ଅଭିଯୋଗ

ଭୁବନେଶ୍ୱର :ପ୍ରଥମେ ପ୍ରେମ ସମ୍ପର୍କ, ପରେ ବିବାହ ପ୍ରତିଶ୍ରୁତି ଦେଇ ନାବାଳିକ ସହ ଶାରୀରିକ ସମ୍ପର୍କ । ଆଉ ପରେ ସମ୍ପୃକ୍ତ ନାବାଳିକାକୁ ଅପହରଣ । ଏପରି ଏକ ଚର୍ଚ୍ଚିତ ଘଟଣା ଦେଖିବାକୁ ମିଳିଛି ନୟାପଲ୍ଲୀ ଥାନା ଅଞ୍ଚଳରେ । ଏନେଇ ଅଭିଯୋଗ ହେବା ପରେ ନୟାପଲ୍ଲୀ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତର ନାମ ସୌମ୍ୟରଞ୍ଜନ ମିଶ୍ର । ସେ ବାଲେଶ୍ୱର ଜିଲ୍ଲାର ସୋର ଲିଙ୍ଗିପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି । ପୁଲିସ ସୂଚନା ଅନୁଯାୟୀ, ସୌମ୍ୟର ନୟାପଲ୍ଲୀ ଥାନାଞ୍ଚଳରେ ଜଣେ ସମ୍ପର୍କୀୟ ରୁହନ୍ତି । ସୌମ୍ୟ ସେଠାକୁ ନିୟମିତ ଯିବା ଆସିବା କରେ । ଏହି ଯିବା ଆସିବା ସମୟରେ ସେହି ଅଞ୍ଚଳର ଜଣେ ନାବାଳିକାକୁ ସେ ଭଲପାଇ ବସିଥିଲେ । ପ୍ରାୟ ୧୫ ଦିନ ତଳେ ସୌମ୍ୟ ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ନିଜ ଘର ସୋର ନେଇଯାଇଥିଲେ । ସେଠାରେ ଏକ ହୋଟେଲ୍ରେ ଦୁଇ ଜଣ ଏକାଠି ରହୁଥିଲେ । ଏପାଖେ ନାବାଳିକାକୁ ନପାଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ।