ନାବାଳିକାକୁ ବନ୍ଦ କୋଠରୀରେ ୫ ଦିନ ରଖି ୫ ଜଣ କଲେ ଦୁଷ୍କର୍ମ, ତେଜରାତି ଦୋକାନକୁ ସଉଦା ଲାଗି ଯାଇଥିଲେ ପୀଡିତା

ଲକ୍ଷ୍ନୌ : ସଉଦା ଆଣିବାକୁ ପାଖ ଗାଁ ତେଜରାତି ଦୋକାନକୁ ଯାଇଥିଲେ ନାବାଳିକା । ଫେରିଲେ ରୋଷେଇ ହେବ ବୋଲି ପରିବାର ଲୋକେ ଅପେକ୍ଷା କରିଥିଲେ । ହଲେ ଝିଅ ଫେରି ନଥିଲେ । ଦିନକି ଦୁଇ ଦିନ ନୁହେଁ ୫ ଦିନ ପରେ ଘରକୁ ଫେରିଥିଲେ ନାବାଳିକା ଜଣଙ୍କ । ଆଉ ପରିବାର ଆଗରେ ଯାହା ବଖାଣିଥିଲେ ସେଥିରେ ସେମାନଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ସୁଧା ଆମିବା ବାଟରେ ୫ ଜଣ ଟେକି ନେଇ ୫ ଦିନ ଦୁଷ୍କର୍ମ କରିଥିବା ପରିବାର ଆଗରେ କହିଥିଲେ ପୀଡିତା । ଘଟଣା ଘଟିଛି ଲକ୍ଷ୍ନୌର ମହିହାବାଦ ଅଂଚଳରେ ।

ଜଣେ ନାବାଲିକା ଘରଠାରୁ କିଛି ଦୂରରେ ଥିବା ତେଜରାତି ଦୋକାନକୁ କିଛି ଜିନିଷ କିଣିବାକୁ ଯାଇଥିଲା । ଜିନିଷ କିଣି ଫେରିବା ବେଳକୁ ସେଇ ଗାଁର ଜଣେ ଯୁବକ କାର ଭିତରକୁ ତାକୁ ଜବରଦସ୍ତଭାବେ ଘୋଷାଡ଼ି ନେଇଯାଇଥିଲା । ସେହି କାର ଭିତରେ ଆହୁରି ୩/୪ ଜଣ ଯୁବକ ମଧ୍ୟ ବସିଥିଲେ । ନାବାଳିକାକୁ ସେମାନେ ଜଙ୍ଗଲିଆ ରାସ୍ତାଦେଇ ନିଛାଟିଆ ଜାଗାରେ ଗୋଟେ ଘରେ ନେଇ ରଖିଥିଲେ । ତା ପରେ ସେମାନେ ଜଣେ ପରେ ଜଣେ ୫ଜଣ ଦୁଷ୍କର୍ମ କରିଥିଲେ । ସେତିକିରେ ବି ସେମାନଙ୍କ ମନ ମେଣ୍ଟିଲା ନାହିଁ । ସେମାନେ ୫ ଦିନ ବନ୍ଦଘରେ ରଖି ନାବାଳିକାକୁ ଦୁଷ୍କର୍ମ କରିଥିଲେ ।

ସେହି ଯୁବକମାନେ ନିଜ ଗାଁର ହୋଇଥିବା କଥା ପୀଡ଼ିତା ଜଣକ କହିଛନ୍ତି । ସେମାନେ ଆଗରୁ ନାବାଳିକାକୁ ଖରାପ ଦୃଷ୍ଟିରେ ଦେଖୁଥିଲେ ଓ ନିରୋଲା ଜାଗାରେ ଦେଖିଲେ କମେଣ୍ଟ ବି ମାରୁଥିବା କଥା ନାବାଲିକା ଜଣାକ ପ୍ରକାଶ କରିଛନ୍ତି ।
୫ ଜଣ ଯୁବକ ୫ଦିନ ନାବାଳିକାକୁ ଦୁଷ୍କର୍ମ କଲାପରେ କୌଶଳକ୍ରମେ ଖସିଆସିଥିବା କହିଛି । ପୋଲିସ ସେହି ୫ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଲାଇଛି । ହେଲେ ନାବାଳିକା ଓ ତାର ପରିବାକୁ ମିଲିଛି ଧମକ । ଯଦି ତାଙ୍କ ବିରୋଧରେ କିଛି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରେ ପୋଲିସ ,ଏସିଡ଼ି ପକାଇ ଜାଳିଦେବାକୁ ଧମକ ମଧ୍ୟ ଦେଇଛନ୍ତି ବୋଲି ପୀଡ଼ିତା ପୋଲିସ ଆଗରେ ମୁହଁ ଖୋଲିଛି ।
ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦିନେଶକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଆଉ ସହଯୋଗୀ ୪ଜଣଙ୍କୁ ଧରିବାକୁ ବିଭିନ୍ନ ଆଡ଼େ ଚଢ଼ାଉ ଜାରି ରଖିଛି ।

ସଇତାନ ପ୍ରେମିକ : ବାହାହେବ ବୋଲି ଘରୁ ଡାକି ଆଣିଥିଲା, ମୁଣ୍ଡ ଗଣ୍ଡି ଅଲଗା କରି ଫିଙ୍ଗି ଦେଲା