ମଧ୍ୟାହ୍ନ ଭୋଜନରେ ସାମିଲ ହେବ ଦୁଗ୍ଧଜାତ ଦ୍ରବ୍ୟ !

ଭୁବନେଶ୍ୱର: ଏଣିକି ପିଲାଙ୍କ ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଦ୍ରବ୍ୟ ସାମିଲ କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଦ୍ରବ୍ୟ ସାମିଲ ହେଲେ ରାଜ୍ୟର ଦୁଗ୍ଧଚାଷୀ ଉପକୃତ ହେବେ ବୋଲି କୁହାଯାଉଛି।

ତେବେ ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଦ୍ରବ୍ୟ ସାମିଲ କରିବା ପାଇଁ ଆସିଥିବା ପ୍ରସ୍ତାବ ଉପରେ ସରକାର ତର୍ଜମା କରୁଛନ୍ତି। ତର୍ଜମା ପରେ  ଏହା ଉପରେ ସ୍ପଷ୍ଟ ନିଷ୍ପତ୍ତି ନିଆଯାଇ ପାରିବ। ଅନ୍ୟପକ୍ଷରେ ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଦ୍ରବ୍ୟ ସାମିଲ ହେଲେ ପିଲାମାନେ ମଧ୍ୟ ପୁଷ୍ଟିକର ଖାଦ୍ୟ ପାଇବାକୁ ସକ୍ଷମ ହେବେ ବୋଲି ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି।ଅନ୍ୟ ପକ୍ଷରେ ମଧ୍ୟାହ୍ଣ ଭୋଜନରେ ପିଲାଙ୍କୁ ପୁଷ୍ଟିଲାଗି ଡଲି ଓ ପନିପରିବା ସହ ଅଣ୍ଡା ଦିଆ ଯାଉଥିଲା।