ଟ୍ରେନ୍ ରେ ପର୍ଯ୍ୟାୟକ୍ରମେ ଓଡ଼ିଶା ଆସିବେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରବାସୀ ଓଡ଼ିଆମାନେ ପର୍ଯ୍ୟାୟକ୍ରମେ ଟ୍ରେନ୍ ଯୋଗେ ଓଡ଼ିଶା ଆସିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ପରିବହନ ମନ୍ତ୍ରୀ କହିଛନ୍ତି ଯେ ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ର ଓ ଗୁଜରାଟରୁ ଟ୍ରେନ୍ ଆସିବ ଏବଂ ଏଥିନେଇ ପ୍ରକ୍ରିୟା ଜାରି ରହିଛି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଯେଉଁମାନେ ଚାହିଁବେ ଟ୍ରେନ୍ ବ୍ୟତୀତ ନିଜସ୍ୱ ବ୍ୟବସ୍ଥାରେ ମଧ୍ୟ ଆସିପାରିବେ । ତେବେ ଏଥିପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ଜରୁରୀ ।

migrant workers will come odisha by train

ସୂଚନାଯୋଗ୍ୟ, ଗୁରୁବାର ଦିନ ହାଇକୋର୍ଟ ବାହାର ରାଜ୍ୟରୁ ଶ୍ରମିକ ଆସିବା ପୂର୍ବରୁ କରୋନା ପରୀକ୍ଷା ଜରୁରୀ ବୋଲି କହିଥିଲେ । ଏହା ଉପରେ ଗତକାଲି ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଥିଲେ ।