କେରଳରୁ ଟ୍ରେନରେ ଓଡ଼ିଶାରେ ପହଂଚିଲେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର : କେରଳରୁ ପହଂଚିଲେ ୧୧୫୦ ପ୍ରବାସୀ ଓଡ଼ିଆ। ଏକ ସ୍ୱତନ୍ତ୍ର ଟ୍ରେନ୍ ଗଞ୍ଜାମର ଜଗନ୍ନାଥପୁର ଷ୍ଟେସନରେ ଆସି ପହଂଚିଛି। ଟ୍ରେନ୍‌ରୁ ଦକ୍ଷିଣ ଓଡ଼ିଶାର ୫୧୪ଜଣ ଯାତ୍ରୀ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୧୩୧, କନ୍ଧମାଳର ୩୫୩ , ବୌଦ୍ଧର ୬, ରାୟଗଡ଼ାର ୧୭, କୋରାପୁୁଟରୁ ଜଣେ ନବରଙ୍ଗପୁର ଓ କଳାହାଣ୍ଡିରୁ ୩ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି।

ଷ୍ଟେସନରେ ଜିଲ୍ଲାପ୍ରଶାସନ, ପୋଲିସ ଓ ଡାକ୍ତରୀ ଟିମ୍ ପହଂଚି ନାମ ପଞ୍ଜୀକରଣ ପରେ ସ୍ୱାସ୍ଥ୍ୟ ଯାଂଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପରେ ସେମାନଙ୍କୁ ବସ୍ ଯୋଗେ ନିଜ ନିଜ ଅଂଚଳକୁ ପଠାଇ ଦିଆଯାଉଛି। ସେଠାରେ କ୍ୱାରେନଂଟାଇନ୍‌ ରେ ରହିବା ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ୧୧୫୦ ଯାତ୍ରୀଙ୍କୁ ନେଇ ଓଡ଼ିଶା ଆସିଛି ସ୍ୱତନ୍ତ୍ର ଟ୍ରେନ୍‌।