ଭୁବନେଶ୍ୱରରେ ପହଞ୍ଚିଲା ଓଡିଆ ପ୍ରବାସୀଙ୍କୁ ଧରି କୁଏତରୁ ଆସୁଥିବା ବିମାନ

ଭୁବନେଶ୍ୱର: ଓଡିଆ ପ୍ରବାସୀଙ୍କୁ ଧରି କୁଏତରୁ ଆସୁଥିବା ଜଜିରା ଏୟାରୱେଜ୍ ଜେ ୯୧୫୬୫, ୧୬୨ ବିମାନ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛି।

ସୂଚନାନୁସାରେ, ଏହା ହେଉଛି କୁଏତରୁ ଆସିଥିବା ଦ୍ୱିତୀୟ ବିମାନ, ଯାହା ସେଠାରେ ଥିବା ପ୍ରବାସୀ ଓଡିଆଙ୍କୁ ଆଣି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି।

କରୋନାଭାଇରସ୍ ଯୋଗୁଁ ଦେଶବ୍ୟାପୀ ଜାରି ଲକଡାଉନ ଫଳରେ ବିଦେଶରେ ଫସି ରହିଥିବା ଓଡିଆ ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବା ଲାଗି କୁଏତ ଓଡିଶା ଆସୋସିଏସନ୍ ସାହାଯ୍ୟ କରିଥିଲେ । ଏପରିକି ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଦେଇଥିଲେ। ତେବେ ସେମାନଙ୍କ ଲାଗି ନିଜ ନିଜ ଜିଲ୍ଲାରେ ଇନଷ୍ଟିଚୁସନାଲ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ମଧ୍ୟ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।