ଶ୍ରମ ମନ୍ତ୍ରୀଙ୍କ ଜିଲ୍ଳାରେ ରାଜ୍ୟ ବାହାର ଶ୍ରମିକଙ୍କ ଚିନ୍ତା : ଶୁଣୁନି ପ୍ରଶାସନ

ବରଗଡ଼ :  ଲକଡାଉନ୍ ଯୋଗୁଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଶ୍ରମିକମାନେ ବିଶେଷକରି ପ୍ରବାସୀ ରାଜ୍ୟର ଶ୍ରମିକମାନେ ଲକଡାଉନ୍ ସମୟରେ ଅଧିକ ହିନସ୍ତା ହେବାକୁ ପଡୁଛି ଏମାନଙ୍କୁ।ବଡ଼ ବଡ଼ ସହରର ବିକାଶରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଏହି ଲକଡାଉନ୍ ସମୟରେ ଏହି ରାଜ୍ୟ ମାନଙ୍କର ସରକାର ମନେ ଏମାନଙ୍କୁ ନିଜ ଘରକୁ ପଠାଇବାର ସୁବ୍ୟବସ୍ଥା ମଧ୍ୟ କରିବାରେ ସକ୍ଷମ ନଥିବା ବୋଲି ମନେହୁଏ।ଏମିତି କିଛିଦିନ ହେଲାଣି ଅନେକ ଶ୍ରମିକ ନିୟମିତ ଭାବରେ ବରଗଡ଼ ସହର ଦେଇ ଚାଲିଚାଲି ନିଜ ରାଜ୍ୟକୁ ଯାଉଥିବା ଦେଖିବାକୁ ମିଳୁଛି।ଅନୁରୂପ ଭାବେ ଆଜି ମଧ୍ୟ ତେଲେଙ୍ଗାନା ରାଜ୍ୟର ଆଲୁଭେଲିଆ କମ୍ପାନୀରେ କାମ କରୁଥିବା ୪୮ ଜଣ ଶ୍ରମିକ ପଶ୍ଚିମବଙ୍ଗର ମାଲଦାକୁ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଥିଲା। କିଛି ବୁଦ୍ଧିଜୀବୀ ବରଗଡ଼ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ସତ୍ତ୍ୱେ କିଛି ସୁଫଳ ମିଳିନାହିଁ।ଏମାନଙ୍କୁ ବରଗଡ଼ ହଲଦୀପାଲି ଛକଠାରେ ବିଜେପି ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ତଥା ତାଙ୍କର କିଛି ସହଯୋଗୀ ମାନଙ୍କ ସହିତ ସେମାନଙ୍କୁ ରାସନ ସାମଗ୍ରୀ ତଥା ମାସ୍କ ଦେଇଥିଲେ।କିଛି ସମୟ ବିଶ୍ରାମ ପରେ ଏହି ଶ୍ରମିକମାନେ ପୁଣିଥରେ ପଦଯାତ୍ରା ଆରମ୍ଭ ଆରମ୍ଭ କରିବେ ବୋଲି ସୂଚନା ମିଳିଛି।ଏହି ଶ୍ରମିକ ମାନଙ୍କ ଦୁର୍ଦ୍ଦଶା ଦେଖିବା ପରେ ମନରେ ନିଶ୍ଚିତ ପ୍ରଶ୍ନ ଉଠିବ ଯେ, ଏବେ ମାନବାଧିକାର କମିଶନ ଏମାନେ କାମ କରୁଥି କମ୍ପାନୀ ତଥା ରାଜ୍ୟ ସରକାରଙ୍କୁ କାହିଁକି ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଉତ୍ତରଦାୟୀ କରୁ ନାହାଁନ୍ତି।

migrant-labor-facing-problem-in-bargarh-during-lockdown