ବାୟୁସେନାର ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ

ଶ୍ରୀନଗର: ବୁଧବାର ସକାଳେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ବଡ୍‌ଗାମ୍‌ ଅଞ୍ଚଳରେ ଭାରତୀୟ ବାୟୁସେନାର ଗୋଟିଏ ମିଗ୍‌-୨୧ ବାଇସନ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ଜଣ ପାଇଲଟ୍ ମୃତ୍ୟୁବରଣ କରିଥିବା ଜଣାପଡିଛି । ଦୁର୍ଘଟଣାର କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଦୁର୍ଘଟନାର କାରଣ ଜାଣିବାକୁ ଭାରତୀୟ ବାୟୁସେନାର ବୈଷୟିକ ଦଳ ସେଠାରେ ପହଞ୍ଚିବେ ବୋଲି ବଡ୍‌ଗାମ୍‌ ଏସ୍‌ଏସ୍‌ପି କହିଛନ୍ତି। ସୂଚନାଯୋଗ୍ୟ, ସକାଳ ୧୦.୫ରେ ବଡ୍‌ଗାମ୍‌ର ଗାରେନ୍ଦ୍‌ କଲାନ୍‌ ଗ୍ରାମ ନିକଟ ଏକ ଖୋଲା ପଡ଼ିଆରେ ଏହି ଜେଟ୍‌ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।